ସ୍ୱର୍ଣ୍ଣ ପଦକ ପାଇଁ କୁସ୍ତି ଲଢିବେ ରବି କୁମାର ଦହିଆ : ୫୭ କେଜି ଫ୍ରି ଷ୍ଟାଇଲି ରେସଲିଂ ଫାଇନାଲରେ କରିବେ ପ୍ରତିଦ୍ୱନ୍ଦିତା

ସେପେଟେ ବ୍ରୋଞ୍ଜ ପାଇଁ ଟ୍ରାକକୁ ଓହ୍ଲାଇବେ କୁସ୍ତି ଯୋଦ୍ଧା ଦୀପକ ପୁନିଆ

153

କନକ ବ୍ୟୁରୋ : ଆଜି ଅପରାହ୍ନରେ ସୁନା ପାଇଁ କୁସ୍ତି ଲଢ଼ିବେ ରବି କୁମାର ଦହିୟା । ରେସଲିଂ ପ୍ରତିଯୋଗିତାରେ ଫାଇନାଲ ଖେଳିବେ କୁସ୍ତି ଯୋଦ୍ଧା ରବି ଦହିୟା । ୫୭ କେଜି ଫ୍ରିଷ୍ଟାଇଲର ସେମିଫାଇନାଲରେ କାଜଗସ୍ତାନର କୁସ୍ତି ଯୋଦ୍ଧା ନୁରସିଲାମ ସନାୟେଭଙ୍କୁ ପରାସ୍ତ କରି ସେ ଫାଇନାଲକୁ ଯାଇଛନ୍ତି । ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ସେ ଲଢେଇ କରିବେ ।

ତେବେ ମ୍ୟାଚର ଫଳାଫଳ ଯାହା ହେଉନା କାହିଁକି ରବି କୁମାର ଦହିୟାଙ୍କୁ ପଦକ ମିଳିବା ପକ୍କା । ୨୦୧୨ ମସିହାରେ ଲଣ୍ଡନ ଅଲମ୍ପିକ୍ସରେ ସୁଶୀଲ କୁମାର ଫାଇନାଲ ଖେଳିଥିବା ବେଳେ ରବି ଦହିୟା ଦ୍ୱିତୀୟ ଭାରତୀୟ ଭାବେ କୁସ୍ତିର ଫାଇନାଲ ଟିକେଟ ପାଇଛନ୍ତି । ସେହିପରି  ରେସଲିଂର ଅନ୍ୟ ଏକ ମ୍ୟାଚରେ ବ୍ରୋଞ୍ଜ ପଦକ ପାଇଁ ରିଙ୍ଗକୁ ଓହ୍ଲାଇବେ ଦୀପକ ପୁନିଆ । ଗତକାଲି ୮୬ କେଜି ଫ୍ରିଷ୍ଟାଇଲ ରେସଲିଂ ସେମିଫାଇନାଲରେ ଆମେରିକାର ଡେଭିଡ ମୋରିସ ଠାରୁ ଦୀପକ ପୁନିଆ ପରାଜିତ ହୋଇଛନ୍ତି ।