କନକ ବ୍ୟୁରୋ : ଆଜି ଅପରାହ୍ନରେ ସୁନା ପାଇଁ କୁସ୍ତି ଲଢ଼ିବେ ରବି କୁମାର ଦହିୟା । ରେସଲିଂ ପ୍ରତିଯୋଗିତାରେ ଫାଇନାଲ ଖେଳିବେ କୁସ୍ତି ଯୋଦ୍ଧା ରବି ଦହିୟା । ୫୭ କେଜି ଫ୍ରିଷ୍ଟାଇଲର ସେମିଫାଇନାଲରେ କାଜଗସ୍ତାନର କୁସ୍ତି ଯୋଦ୍ଧା ନୁରସିଲାମ ସନାୟେଭଙ୍କୁ ପରାସ୍ତ କରି ସେ ଫାଇନାଲକୁ ଯାଇଛନ୍ତି । ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ସେ ଲଢେଇ କରିବେ ।
ତେବେ ମ୍ୟାଚର ଫଳାଫଳ ଯାହା ହେଉନା କାହିଁକି ରବି କୁମାର ଦହିୟାଙ୍କୁ ପଦକ ମିଳିବା ପକ୍କା । ୨୦୧୨ ମସିହାରେ ଲଣ୍ଡନ ଅଲମ୍ପିକ୍ସରେ ସୁଶୀଲ କୁମାର ଫାଇନାଲ ଖେଳିଥିବା ବେଳେ ରବି ଦହିୟା ଦ୍ୱିତୀୟ ଭାରତୀୟ ଭାବେ କୁସ୍ତିର ଫାଇନାଲ ଟିକେଟ ପାଇଛନ୍ତି । ସେହିପରି ରେସଲିଂର ଅନ୍ୟ ଏକ ମ୍ୟାଚରେ ବ୍ରୋଞ୍ଜ ପଦକ ପାଇଁ ରିଙ୍ଗକୁ ଓହ୍ଲାଇବେ ଦୀପକ ପୁନିଆ । ଗତକାଲି ୮୬ କେଜି ଫ୍ରିଷ୍ଟାଇଲ ରେସଲିଂ ସେମିଫାଇନାଲରେ ଆମେରିକାର ଡେଭିଡ ମୋରିସ ଠାରୁ ଦୀପକ ପୁନିଆ ପରାଜିତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/thequint_2021-08_61db5a4e-c9fe-414b-8e00-df98c632e7c9_1628068601610a5af9f209a.jpeg)