ଏ ଯୁଗର ଏକଲବ୍ୟ ରବି ଦାସ। ୧୦ ବର୍ଷ ଗୁରୁଙ୍କ ସେବାରେ କରିଚାଲିଛନ୍ତି ସେବା। 

112

କନକ ବ୍ୟୁରୋ : ସେ ଏ ଯୁଗର ଏକଲବ୍ୟ । ନିଜ ଗୁରୁଙ୍କୁ ୧୦ ବର୍ଷ ଧରି ଶଗଡିରେ ବୋହି ନେବା ଆଣିବା କରୁଛନ୍ତି ଶିଷ୍ୟ ରବି ।  ଏ ମିତି ଶଗଡିରେ ବୋହି ନେବା ଆମ ମହାନ ଭାରତୀୟ ସଂସ୍କୃତିର ଗୁରୁଶିଷ୍ୟ ପରମ୍ପରାକୁ ମନେପକାଉଛି । ଭାରତୀୟ ସଂସ୍କୃତିରେ ଗୁରୁ ଓ ଶିଷ୍ୟର ସମ୍ପର୍କର ଅନେକ ମହତ୍ତ୍ୱ ରହିଛି । କାହିଁ କେଉଁ କାଳରୁ ଆମେ ସମସ୍ତେ ଗୁରୁଙ୍କ ସେବା କରିବା ଶିକ୍ଷା ଗ୍ରହଣ କରିଆସୁଛୁ । ଆଉ ଏ ଯୁଗର ଜଣେ ଏକଲବ୍ୟ ଭାବେ ଗୁରୁଙ୍କ ସେବା କରୁଛନ୍ତି ଶିଷ୍ୟ ରବି ଦାସ । ମହିମାଧର୍ମରେ ଦିକ୍ଷିତ ରବି ଦାସ ନିଜ ଗୁରୁ ନରୋତ୍ତମ ବାବାଙ୍କୁ ଏଭଳି ଗାଡିରେ ବସାଇ ବିଭିନ୍ନ ସ୍ଥାନକୁ ନେଉଛନ୍ତି । କାକଟପୁର-ଅସ୍ତରଙ୍ଗ ରାସ୍ତାରେ ଯାଉଥିବା ବେଳେ ଏହି ଗୁରୁଶିଷ୍ୟଙ୍କ ଉପରେ ସମସ୍ତଙ୍କ ନଜର ପଡିଥିଲା । ଗୁରୁ ସେବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ସେ କହିଛନ୍ତି ।

ବାବା ନରୋତ୍ତମ ବି ଶିଷ୍ୟ ରବିଦାସଙ୍କୁ ନେଇ କହିଛନ୍ତି ମୋର ତପସ୍ୟାର ଫଳ ମୁଁ ପାଇଛି । ରବି ଦାସଙ୍କ ସେହି ତପସ୍ୟାର ଫଳ । ଆଜିର ଯୁଗରେ ଧିରେ ଧିରେ ଗୁରୁଶିଷ୍ୟ ପରମ୍ପରା ଲୋପ ପାଉଛି ତେବେ ବାବା ନରୋତ୍ତମ ଏବଂ ଶିଷ୍ୟ ରବି ଦାସ ବୁଲି ବୁଲି ଗୁରୁଶିଷ୍ୟ ପରମ୍ପରାକୁ କିଭଳି ଆଗକୁ ନିଆଯାଇପାରିବ ସେନେଇ ବାର୍ତ୍ତା ଦେଉଛନ୍ତି । ଲୋକେ କେଉଁଭଳି ଧର୍ମ ପଥରେ ଯିବେ ସେନେଇ ମଧ୍ୟ ପ୍ରଚାର ଜାରିରଖିଛନ୍ତି ।

ଗୋଟିଏ ପଟେ ଲୋପ ପାଉଥିବା ମହାନ ଭାରତୀୟ ସଂସ୍ୃତି ତ ଅନ୍ୟପଟେ ଗୁରୁଶିଷ୍ୟଙ୍କର ଏହି ଯୋଡି । ଆଜିର ସମାଜ ପାଇଁ ଏହା ନିହାତି ଗୋଟିଏ ବଡ ଉଦାହରଣ । ଏ ଆଧୁନିକ ସମାଜ ରବିଦାସଙ୍କ ଠାରୁ ଅନେକ କିଛି ଶିକ୍ଷା କରିବାର ଆବଶ୍ୟକତା ରହିଛି ।