କନକ ବ୍ୟୁରୋ: ଅଲିମ୍ପିକ୍ସ କୁସ୍ତିରେ ରୌପ୍ୟ ପଦକ ଜିତିଲେ ଭାରତୀୟ ରେସଲର ରବି କୁମାର ଦହିୟା । ଆଜି ୫୭ କେଜି ଫ୍ରି ଷ୍ଟାଇଲ ବର୍ଗର ଫାଇନାଲରେ ସେ ପରାସ୍ତ ହେବା ସହିତ ରୌପ୍ୟ ପଦକ ଲାଭ କରିଛନ୍ତି । ଋୁଷର କୁସ୍ତି ଯୋଦ୍ଧା ଜାବୁର ୟୁଗୁଏବଙ୍କ ଠାରୁ ରବି କୁମାର ହାରି ଯାଇଛନ୍ତି ।

Advertisment

ତେବେ ଅଲିମ୍ପିକ୍ସ କୁସ୍ତିରେ ଦ୍ୱିତୀୟ ଭାରତୀୟ ରେସଲର ଭାବେ ରବି କୁମାର ଫାଇନାଲରେ ପହଞ୍ଚିଥିଲେ । ତାଙ୍କ ପୂର୍ବରୁ ଭାରତୀୟ ରେସଲର ସୁଶୀଲ କୁମାର ୨୦୧୨ ଅଲିମ୍ପିକ୍ସର ଫାଇନାଲରେ ପହଞ୍ଚି ରୌପ୍ୟ ପଦକ ଜିତିଥିଲେ । ଆଜି ରବି କୁମାର ମଧ୍ୟ ସୁଶୀଲ କୁମାରଙ୍କ ଭଳି ଫାଇନାଲରେ ପରାସ୍ତ ହୋଇ ରୌପ୍ୟ ପଦକ ଲାଭ କରିଛନ୍ତି ।

ଆଜି ଫାଇନାଲ ମୁକାବିଲା ଆରମ୍ଭରୁ ହିଁ ଋୁଷର ଖେଳାଳି ରବିଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିିଥିଲେ । ପ୍ରଥମ ରାଉଣ୍ଡରେ ରବି ଦହିୟା ୨-୪ରେ ପଛରେ ରହିବା ସହିତ ଶେଷକୁ ୪-୭ରେ ପଛୁଆ ରହି ପରାଜୟ ଭୋଗିଛନ୍ତି । ତେବେ ରବିଙ୍କ ଏହି ରୌପ୍ୟ ପଦକ ଭାରତୀୟଙ୍କ ମନରେ ଉତ୍ସାହ ଭରିଛି ।