ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁଣି ବଢିଲା ଭାରତର ପଦକ ସଂଖ୍ୟା । ସୁନା ଜିତିଲେ ରବି, ପୂଜା ଆଣିଲେ ବ୍ରୋଞ୍ଜ୍

116

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁଣି ବଢିଲା ଭାରତର ପଦକ ସଂଖ୍ୟା । ୫୭ କିଗ୍ରା ପୁରୁଷ ବର୍ଗରେ ଭାରତର ଖେଳାଳି ରବି ଦହିୟା ସ୍ୱର୍ଣ୍ଣପଦକ ଜିତିଛନ୍ତି । ତେବେ ଶନିବାର ଦହିୟାଙ୍କ ମୁକାବିଲା ଫାଇନାଲ ମ୍ୟାଚରେ ନାଇଜେରିଆ ଖେଳାଳିଙ୍କ ସହିତ ଥିଲା । ଯେଉଁଥିରେ ସେ ତାଙ୍କୁ ପରାଜିତ କରିବା ସହିତ ସୁନା ପଦକ ହାତେଇଛନ୍ତି । ଏଥିସହିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସୁନା ପଦକ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ସେହିପରି ରେସଲିଂରେ ପୂଜା ଗେହଲଟ ମଧ୍ୟ ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ବ୍ରୋଞ୍ଜ୍ ମେଡାଲ ମୁକାବିଲାରେ ପୂଜାଙ୍କର ମୁକାବିଲା ସ୍କଟଲ୍ୟାଣ୍ଡ ଖେଳାଳିଙ୍କ ସହ ହୋଇଥିଲା । ଆଉ ଏଥିରେ ବିଜୟୀ ହୋଇ ସେ ଦେଶ ପାଇଁ ବ୍ରୋଞ୍ଜ ମେଡାଲ ଆଣିଛନ୍ତି ।