କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ କୁସ୍ତି ଖେଳାଳି ମାନେ ନିଜର ଚମକ ବଜାଇ ରଖିଛନ୍ତି । ଆଜି ପୁଣି କୁସ୍ତିରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି । ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଷ୍ଟାର ରେସଲର ରବି କୁମାର ଦାହିୟା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୫୩ କିଲୋ ବର୍ଗରେ ବିନେଶ ଫୋଗଟଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି ।
ନାଇଜେରିଆର ୱେଲସନଙ୍କ ସହ ରବି ଦାହିୟାଙ୍କର ମୁକାବିଲା ହୋଇଥିଲା । ମ୍ୟାଚ ଆରମ୍ଭରୁ ରବି କୁମାର ଆକ୍ରମଣାତ୍ମକ ଖେଳିଥିଲେ । ତେଣୁ ୧୦-୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ରବି ଗୋଟିଏ ମୁଭରେ ହିଁ ୮ ପଏଣ୍ଟ ହାସଲ କରିଥିଲେ । ସେହିପରି ଫୋଗଟ ଶ୍ରୀଲଙ୍କାରୁ ଚମୋଦୟାକୁ ଫାଇନାଲ ଲିଗରେ ହରାଇଛନ୍ତି । ଏଥିସହ ହାଟ୍ରିକ ସ୍ୱର୍ଣ୍ଣ ପଦକ ଜିତିବାରେ ରେକର୍ଡ କରିଛନ୍ତି ଫୋଗଟ । ପ୍ରଥମ ଭାରତୀୟ ମହିଳା ଭାବେ ଫୋଗଟ ରାଜ୍ୟ ଗୋଷ୍ଠୀକ୍ରୀଡା ଏବଂ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦତ ଜିତିଥିଲେ । ଗତକାଲି ପ୍ରଥମ ଦିନରେ ୩ଟି ସ୍ୱର୍ଣ୍ଣ ଜିତିଥିବା ଭାରତ ଆଜି ଆଉ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହାକୁ ମିଶାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ୨୦୨୨ ଟୋକିଓ ଅଲିମ୍ପିକ୍ସରେ ରବି କୁମାର ଦାହିୟା ରୌପ୍ୟ ପଦକ ଜିତିଥିଲେ । ସେହିପରି ସେ ସେ ୩ଥର ଏସିଆନ ଚାମ୍ପିୟନ୍ସରେ ଗୋଲ୍ଡ ମେଡାଲ ପାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/08/untitled_4-sixteen_nine_3.webp)