ରବି ବିଷ୍ଣୋଇଙ୍କ ଧମାକା । ରାଶିଦ ଖାନଙ୍କୁ ପଛରେ ପକାଇ ଟି-୨୦ ଫର୍ମାଟରେ ହେଲେ ନମ୍ବର ୱାନ ବୋଲର

598

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ଲେଗ୍ ସ୍ପିନର ରବି ବିଷ୍ଣୋଇ ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଇଥିବା ୫ଟି ଟି-୨୦ ମ୍ୟାଚରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ମିଳିଛି । ଏହି କ୍ରମରେ ବିଷ୍ଣୋଇଙ୍କୁ ଟି-୨୦ ଫର୍ମାଟରେ ନମ୍ବର ୱାନ ବୋଲର ଭାବେ ରାଙ୍କ ମିଳିଛି । ସେ ଆଫଗାନିସ୍ତାନର ତାରକା ସ୍ପିନ ବୋଲର ରାଶିଦ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି ।

ଏହାସହ ରବି ବିଷ୍ଣୋଇ ଜସପ୍ରିତ ବୁମରାହଙ୍କ କ୍ଲବରେ ସାମିଲ ହୋଇଛନ୍ତି । ବୁମରାହ ଟି-୨୦ ରାଙ୍କିଙ୍ଗରେ ନମ୍ବର ୱାନ ବୋଲର ଥିଲେ । ଆଇପିଏଲରେ ଲକ୍ଷ୍ନୌ ଜାଏଣ୍ଟସ ତରଫରୁ ଖେଳୁଥିବା ବିଷ୍ଣୋଇ ଗତ ସପ୍ତାହରେ ୫ମ ସ୍ଥାନରେ ଥିଲେ । ହେଲେ ଏକାଥରକେ ସେ ୫ଟି ପାହାଚ ଆଗକୁ ଆସି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ରବି ବିଷ୍ଣୋଇ ଗତ ସପ୍ତାହରେ ୬୬୪ ରେଟିଂ ସହ ୫ମ ସ୍ଥାନରେ ଥିଷଲ । ହେଲେ ଅଷ୍ଟ୍ରେଲିଆ ବିରୋଧରେ ତାଙ୍କ ଭଲ ପ୍ରଦର୍ଶନ ଥିଲା । ସେ ୫ଟି ମ୍ୟାଚରେ ୯ଟି ୱିକେଟ୍ ହାସଲ କରିଥିଲେ । ଏଥିରୁ ତାଙ୍କୁ ୩୪ ପଏଣ୍ଟ ମିଳିଥିଲା । ଏହାକୁ ମିଶାଇ ବିଷ୍ଣୋଇ ୬୯୯ ପଏଣ୍ଟରେ ପହଂଚିଛନ୍ତି । ତାଙ୍କ ଠାରୁ ୭ ପଏଣ୍ଟ କମରେ ରହିଛନ୍ତି ଆଫଗାନିସ୍ତାନର ସ୍ପିନ ବୋଲର ରାଶିଦ ଖାନ ।