ରେଭେନ୍ସାରୁ ଆଜି ଉଠିବ ସାଇନ-ଏ-ଡାଏ : ଅପରାହ୍ନ ୫ଟାରେ ଖୋଲି ଦିଆଯିବ ହଷ୍ଟେଲ, ୨୦ ସୁଦ୍ଧା ସରିବ ପରୀକ୍ଷା ।

32

କନକ ବ୍ୟୁରୋ : ରେଭେନ୍ସାରୁ ଆଜି ଉଠିବ ସାଇନ୍ ଡ଼ାଏ । ବିଶ୍ୱବିଦ୍ୟାଳରେ ଲାଗୁ ହୋଇଥିବା ସାଇନ ଡ଼ାଏ ଆଜି ଉଠାଇ ନେବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏହା ସହ ଅପରାହ୍ନ ୫ଟାରେ ମଧ୍ୟ ହଷ୍ଟେଲ ଗୁଡ଼ିକ ଖୋଲି ଦିଆଯିବ । ଛାତ୍ରଛାତ୍ରୀମାନେ ସେମାନଙ୍କ ବିଶ୍ୱବିଦ୍ୟାଳୟ ପରିଚୟ ପତ୍ର ଦେଖାଇ କଲେଜ ଏବଂ ହଷ୍ଟେଲରେ ପ୍ରବେଶ କରିପାରିବେ । ବାକି ରହିଥିବା ସେମିଷ୍ଟାର ପରୀକ୍ଷା ଗୁଡ଼ିକ ୧୭ ତାରିଖରୁ ଆରମ୍ଭ କରାଯିବ ।

୨୦ ତାରିଖ ସୁଦ୍ଧା ପରୀକ୍ଷା ଶେଷ ହେବ । ପରୀକ୍ଷାର ପୂର୍ଣ୍ଣ ବିବରଣୀ କଲେଜ ୱେବସାଇଟରେ ପ୍ରକାଶ କରାଯିବ । ପିଜି,ଏମଫିଲ ଓ ପିଏଚଡ଼ି ପ୍ରବେଶିକା ପରୀକ୍ଷାର ସୂଚୀରେ କୌଣସି ପରିବର୍ତ୍ତନ କରାଯାଇନଥିବା ସୂଚନା ଦିଆଯାଇଛି । ବିଭିନ୍ନ ଦାବି ନେଇ ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ମଙ୍ଗଳବାର କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । ଅଶାନ୍ତ ପରିବେଶକୁ ନଜରରେ ରଖି କୁଳପତି ସାଇନ୍ ଡ଼ାଏ ଘୋଷଣା କରିଥିଲେ ।

ସୂଚନାରୁ ପ୍ରକାଶ ଯେ, ବିଭିନ୍ନ ଦାବି ନେଇ ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ମଙ୍ଗଳବାର କୁଳପତିଙ୍କ କାର୍ୟ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ଫଳରେ ଅଶାନ୍ତ ପରିବେଶକୁ ନଜରରେ ରଖି କୁଳପତି ସାଇନ୍ ଡାଏ ଘୋଷଣା କରିଥିଲେ। ତେବେ ସାଇନ୍ଡାଏ ଉଚ୍ଛେଦ ପାଇଁ ଛାତ୍ର କ୍ରିୟାନୁଷ୍ଠାନ କମିଟି ପୁଣି ଧାରଣା ଦେବା ସହ କୁଳାଧିପତିଙ୍କୁ ଏସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଦୁଇ ଦିନଧରି ବିଶ୍ୱବିଦ୍ୟାଳୟ ଗେଟ୍ ସମ୍ମୁଖରେ ଧାରଣା ଦିଆଯିବା ପରେ ଗୁରୁବାର କର୍ତ୍ତୃପକ୍ଷଙ୍କ ସହିତ ଛାତ୍ର ପ୍ରତିନିଧିମାନେ ଆଲୋଚନା କରିଥିଲେ। ସାଇନ୍ ଡାଏ ଉଠାଯିବାକୁ ପ୍ରତିଶ୍ରୁତି ଦିଆଯିବା ପରେ ଛାତ୍ରମାନେ ଧାରଣାରୁ ଓହରିଥିଲେ।