ଇସ୍ତଫା ଦେଲେ ରେଭେନ୍ସା କୁଳପତି ପ୍ରକାଶ ଷଡଙ୍ଗୀ ! ଛାତ୍ର ଅଶାନ୍ତି ନେଇ ବିଶ୍ୱବିଦ୍ୟାଳୟରେ ଲାଗି ରହିଥିଲା ବିବାଦ

43

କନକ ବ୍ୟୁରୋ : ଇସ୍ତଫା ଦେଲେ ରେଭନ୍ସୋ ବିଶ୍ୱବିଦ୍ୟାଳୟ କୁଳପତି । ଛାତ୍ର ଅଶାନ୍ତି ନେଇ ରେଭେନ୍ସା କୁଳପତି ପ୍ରକାଶ ଷଡଙ୍ଗୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଦାୟିତ୍ୱ ଗ୍ରହଣର ୨ବର୍ଷ ୧୦ମାସ ପରେ ଇସ୍ତଫା ଦେଇଛନ୍ତି ପ୍ରକାଶ ଷଡଙ୍ଗୀ । ରେଭେନ୍ସା ବିଶ୍ୱବିଦ୍ୟାଳୟର ନ୍ୟୁ ପିଜି ହଷ୍ଟେଲ ଓ ଲଳିତଗିରି ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ବିବାଦ ହୋଇଥିଲା ।

ଏହି ଘଟଣାରେ ୪ତାରିଖ ଦିନ କାର୍ଯ୍ୟାନୁଷ୍ଠାନ ନେଇଥିଲେ କର୍ତୃପକ୍ଷ । ଘଟଣାରେ ୬ ଜଣ ରେଭେନ୍ସା ଛାତ୍ରଙ୍କୁ ନିଲମ୍ବିତ କରିଥିଲେ । ୩ ଜଣ ଛାତ୍ର ୪ଟି ସେମିଷ୍ଟର ଦେଇପାରିବେ ନାହିଁ । ସେହିଭଳି ଅନ୍ୟ ୩ ଜଣ ଛାତ୍ର ୨ଟି ସେମିଷ୍ଟର ଦେଇପାରିବେ ନାହିଁ ବୋଲି ସୂଚନା ଦେଇଥିଲେ ରେଭେନ୍ସା କର୍ତୃପକ୍ଷ । ଏହାସହ ୧୦ ଜଣ ଛାତ୍ରଙ୍କୁ ଚେତାବନୀ ଦିଆଯାଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-