କନକ ବ୍ୟୁରୋ : କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ୬ ଜଣ ଅନ୍ତେବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଏହାକୁ ବିରୋଧ କରି ଇଷ୍ଟ ହଷ୍ଟେଲ ଗେଟ ଆଗରେ ବିକ୍ଷୋଭ କରିଛନ୍ତି ଅନ୍ତେବାସୀମାନେ । କ୍ୟାମ୍ପସରେ ବିଶୃଙ୍ଖଳା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୬ଜଣ ଛାତ୍ରଙ୍କୁ ଇଷ୍ଟ ହଷ୍ଟେଲର ବାହାର କରିଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରଙ୍କୁ ୨ଟି ସେମିଷ୍ଟାର ପରୀକ୍ଷାରୁ ନିଲମ୍ବିତ କରାଯାଇଛି ।

Advertisment

ଏଥିସହ ୟୁନିର୍ଭସିଟି କ୍ୟାମ୍ପସରେ ପ୍ରବେଶ ପାଇଁ ବାରଣ କରାଯାଇଛି । ଅନ୍ୟ ତିନି ଜଣ ଛାତ୍ରଙ୍କୁ ଅନୁଧ୍ୟାନ କରିବା ପରେ ନିଷ୍ପତି ନିଆଯିବ ବୋଲି ରେଭେନ୍ସା କର୍ତୃପକ୍ଷ କହିଛନ୍ତି । ସୂଚନା ଅନୁସାରେ ୬ ଜଣ ଛାତ୍ର କୌଣସି କଥାକୁ ନେଇ ସୁରକ୍ଷାକର୍ମୀ, ହଷ୍ଟେଲ ୱାଡେନଙ୍କ ସହ ଗଣ୍ଡଗୋଳ କରିଥିଲେ । ଏନେଇ ଅଭିଯୋଗ ହେବା ପରେ ବିଶୃଙ୍ଖଳିତ ଆଚରଣ ପାଇଁ କର୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।