କନକ ବ୍ୟୁରୋ : ରେଭେନ୍ସା କୁଳପତିଙ୍କ ଇସ୍ତଫା ମାମଲା । ରେଭେନ୍ସ ବିଶ୍ୱବିଦ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶାସକ ଦଳର ବିଧାୟକମାନଙ୍କ ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ସାରା ରାଜ୍ୟର ବିଶ୍ୱବିଦ୍ୟାଳୟରେ ଧାରଣା ଦେଇଛି ବିଜେପି ।
ଶନିବାର ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ତେବେ ରାଜ୍ୟପାଳ ତାଙ୍କୁ ଡାକି ବୁଝାମଣା କରି ଇସ୍ତଫା ପତ୍ର ଫେରାଇ ଦେଇଥିଲେ । ଘଟଣା ପାଇଁ ବିଜୁ ଜନତା ଦଳର ଦୁଇ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ବିଶ୍ୱାଳଙ୍କୁ ଦାୟୀ କରିଛି ବିଜେପି । କ୍ୟାମ୍ପସ ଭିତରେ ଗୁଣ୍ଡାଗର୍ଦି ବନ୍ଦ ଦାବି କରି ବିକ୍ଷୋଭ କରୁଛି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/bjppp.jpg)