source : The Express Tribune
ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନମାନଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି । ରବିନା ସହିଦ୍ ଯବାନମାନଙ୍କ ପିଲାମାନଙ୍କୁ ପଢ଼ିବାରେ ସାହାଯ୍ୟ କରିବେ ବୋଲି କହିଛନ୍ତି ।
ବୁଧବାର ଏକ ସାକ୍ଷାତକାରେ, ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଆଗକୁ ଆସିବାକୁ ହେବ । ଯେତେ ସମ୍ଭବ ସାହାଯ୍ୟ କରି ପାରିବେ, ତାହା କରିବା ଦରକାର । ମୁଁ ଯବାନମାନଙ୍କ ପିଲମାନଙ୍କୁ ଖାସ୍ କରି ଝିଅମାନଙ୍କୁ ପଢ଼ାଇବାର ଦାୟିତ୍ୱ ନେଇଛି । କେବଳ ପୁଲୱାମାରେ ସହିଦ୍ ହୋଇଥିବା ଯବାନ ନୁହନ୍ତି, ପୂର୍ବରୁ ସହିଦ୍ ହୋଇଥିବା ଯବାନମାନଙ୍କ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଆମ ଫାଉଣ୍ଡେସନ ସାହାଯ୍ୟ କରିବ ବୋଲି ରବିନା କହିଛନ୍ତି । ରବିନାଙ୍କ ପୂର୍ବରୁ ଅକ୍ଷୟ କୁମାର, ସଲମାନ ଖାନ୍ ଏବଂ ଅମିତାଭ ବଚ୍ଚନ ସହିଦ୍ ଯବାନମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।
Follow Us
/kanak/media/post_attachments/wp-content/uploads/2019/02/g_b39db032ce849c73c0baa30b5a2fcb76-1442396746359-g9g3qq-300x200.jpg)