କନକ ବ୍ୟୁରୋ: ଆଜି ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବାନ୍ତ ରେଡ୍ଡୀ । ରେବାନ୍ତଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେବେ । ସୋନିଆ ଓ ରାହୁଲ ଗାନ୍ଧୀ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ପ୍ରଥମ ଥର ପାଇଁ ରାଜ୍ୟରେ କଂଗ୍ରେସ ଶାସନ ଗାଦିରେ ବସିବ । ଏଥିପାଇଁ ଉତ୍ସାହିତ କଂଗ୍ରେସ । କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ରେବାନ୍ତ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Advertisment

ରେବାନ୍ତଙ୍କ ନେତୃତ୍ୱରେ କଂଗ୍ରେସ ସରକାର ତେଲେଙ୍ଗାନାବାସୀଙ୍କୁ ଦେଇଥିବା ସମସ୍ତ ଗ୍ୟାରେଂଟି ପୂରଣ କରିବେ ବୋଲେ ସେ କହିଛନ୍ତି । ଶପଥ ଗ୍ରହଣ କାର୍ଯ୍ୟକ୍ରମ ପୂର୍ବରୁ ରେବାନ୍ତ ଦିଲ୍ଲୀରେ ପହଞ୍ଚି ପାର୍ଟି ହାଇ କମାଣ୍ଡଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଥିଲେ । ୧୧୯ ବିଧାନସଭା ଆସନରୁ କଂଗ୍ରେସ ୬୪ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଆରଏସ ୩୯ଟି ଆସନରେ ବିଜୟୀ ହୋଇଛି