ଆଜି ବି ସୁରକ୍ଷିତ ଭାବେ ରଖାଯାଇଛି ରାବଣର ଶବ, କାହିଁକି କରାଯାଇ ନାହିଁ ଅନ୍ତିମ ସଂସ୍କାର ?

419

କନକ ବ୍ୟୁରୋ :ରାବଣ ସହିତ ଜଡିତ ରହସ୍ୟ ବାବଦରେ ଜାଣିବା ପାଇଁ ପ୍ରତ୍ୟେକ ଲୋକଙ୍କ ମନରେ ଆଗ୍ରହ ଥାଏ । ବିଶ୍ୱାସ କରାଯାଏ କି ଆଜି ବି ରାମାୟଣର ଭଗବାନ ରାମଙ୍କ ପାଦଚିହ୍ନ ଏବେ ବି ଶ୍ରୀଲଙ୍କାରେ ରହିଛି । ଏହି ସ୍ଥାନଟି ଭଗବାନ ଶ୍ରୀରାମ ଓ ରାବଣ ସହିତ ଜଡିତ ଅନେକ ସତ୍ୟକୁ ପ୍ରମାଣ କରେ । ନବରାତ୍ର ଶେଷ ହେବା ପରେ ଦଶମୀ ତିଥିକୁ ଦଶହରା ରୂପେ ପାଳନ କରାଯାଏ । ବିଶ୍ୱାସ କରାଯାଏ କି ଦଶମୀ ତିଥିରେ ଭଗବାନ ଶ୍ରୀରାମ ରାବଣକୁ ବଦ୍ଧ କରିଥିଲେ ।

ଏକ ରିସର୍ଚ୍ଚରେ ଦାବି କରାଯାଇଛି କି, ଏଭଳି ୫୦ ଟି ସ୍ଥାନ ରହିଛି ଯାହାର ସଂପର୍କ ରାମାୟଣ ସହିତ ରହିଛି । ଏହି ରିସର୍ଚ୍ଚ ମୁତାବକ ପାହାଡରେ ନିର୍ମାଣ ହୋଇଥିବା ଏକ ଗୁମ୍ଫାରେ ଆଜି ବି ରାବଣର ଶବ ସୁରକ୍ଷିତ ହୋଇ ରହିଛି । ଏହି ଗୁମ୍ଫା ଶ୍ରୀଲଙ୍କାର ରେଗଲା ଘନ ଜଙ୍ଗଲରେ ଅବସ୍ଥିତ ।

ଯେଉଁ ଗୁମ୍ଫାରେ ରାବଣର ଶବ ରଖାଯାଇଛି ତାହା ରେଗଲା ଜଙ୍ଗଲର ୮ ହଜାର ଫୁଟ୍ ଉଚ୍ଚତାରେ ଅବସ୍ଥିତ । ଏଠାରେ ରାବଣର ଶବକୁ ମମ୍ମି ବନାଇ ଏକ କଫିନ ଭିତରେ ରଖାଯାଇଛି । ଏହା ଉପରେ ଏକ ସ୍ୱତନ୍ତ୍ର କିସମର ଲେପ ଦିଆଯାଇଛି । ଯାହା ଫଳରେ ହଜାର ହଜାର ବର୍ଷ ପରେ ବି ଶବ ସୁରକ୍ଷିତ ଥିବା କଥା କୁହାଯାଉଛି ।

ଶ୍ରୀଲଙ୍କାର ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ଦ୍ୱାରା କରାଯାଇଥିବା ଗବେଷଣାରୁ ଏହା ଜଣାପଡିଛି । ଗବେଷଣା ମୁତାବକ ଏଠାରେ ୧୮ ଫୁଟ୍ ଲମ୍ବ ଓ ୫ ଫୁଟ୍ ଚଉଡାରର ଏକ କଫିନ ଭିତରେ ରାବଣର ଶବ ରଖାଯାଇଛି । ଗବେଷଣାରେ ଆହୁରି କୁହାଯାଇଛି କି ଏହି କଫିନ ତଳେ ରାବଣର ଅନେକ ଗୁପ୍ତଧନ ରହିଛି । ଏହି ଗୁପ୍ତଧନର ଦେଖାରଖା ଏକ ଭୟଙ୍କର ନାଗସାପ ଓ ଅନେକ ହିଂସ୍ର ପଶୁମାନେ କରୁଛନ୍ତି ।

ରାମାୟଣର କଥାବସ୍ତୁ ମୁତାବକ ଭଗବାନ ଶ୍ରୀରାମ ରାବଣକୁ ହତ୍ୟା କରିଥିଲେ , ଏହାପରେ ଶ୍ରୀରାମ ରାବଣର ଶବକୁ ଅନ୍ତିମ ସଂସ୍କାର ପାଇଁ ଭାଇ ବିଭିଷଣ ହାତକୁ ଟେକି ଦେଇଥିଲେ । ହେଲେ ବିଭିଷଣ ତୁରନ୍ତ ରାଜଗାଦି ସମ୍ଭାଳିବା ଚକ୍କରରେ ରାବଣର ଶବକୁ ଅନ୍ତିମ ସଂସ୍କ।।ର କରି ନଥିଲେ ।

କୁହାଯାଏ କି ଏହାପରେ ରାବଣର ଶବକୁ ନାଗଗୂଳ ଲୋକମାନେ ନିଜ ସହିତ ନେଇଯାଇଥିଲେ । କାରଣ ସେମାନଙ୍କର ବିଶ୍ୱାସ ଥିଲା କି ରାବଣର ମୃତ୍ୟୁ କ୍ଷଣିକ ପାଇଁ ଥିଲା ଓ ସେ ଖୁବଶୀଘ୍ର ପୁଣି ଜୀବନ ଫେରିପାଇବେ । ହେଲେ ସେଭଳି ହୋଇନଥିଲା । ଏହାପରେ ନାଗକୂଳ ଲୋକମାନେ ରାବଣର ଶବକୁ ମମ୍ମି କରି କଫିନରେ ରଖିଦେଇଥିଲେ ।

ଏନେଇ ଗବେଷଣା କରୁଥିବା ଶ୍ରୀଲଙ୍କାର ଏକ ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ଆହୁରି ଦାବି କରିଛି କି ସେମାନେ ଜାଣିବାକୁ ପାଇଛନ୍ତି ରାବଣର ଅଶୋକ ଭାଟିକା କେଉଁଠି ଥିଲା ଓ ରାବଣର ପୁଷ୍ପକ ବିମାନ କେଉଁଠାରେ ଅବତରଣ କରିଥିଲା । ଏହାସହ ଭଗବାନ ଶ୍ରୀରାମ ଓ ହନୁମାନର ପାଦଚିହ୍ନ ଖୋଜି ପାଇଥିବା ବି ଗବେଷଣା କରୁଥିବା କର୍ମଚାରୀମାନେ ଦାବି କରିଛନ୍ତି । ହେଲେ ଏସବୁ ଘଟଣାର ସଠିକ୍ ପ୍ରମାଣ ଏପର୍ଯ୍ୟନ୍ତ ମିଳିପାରି ନାହିଁ ।