ବାଲ୍ମିକୀ ରାମାୟଣରେ ଲଙ୍କାପତି ରାବଣର କେମିତି ହୋଇଥିଲା ବର୍ଣ୍ଣନା? ‘ଆଦିପୁରୁଷ’ରେ ‘ରାବଣ’କୁ ନେଇ କାହିଁକି ଉଠିଛି ବିବାଦ? ପଢନ୍ତୁ, ଏହି ଷ୍ଟୋରୀ…

179

କନକ ବ୍ୟୁରୋ: ରାବଣ କେମିତି ଦେଖାଯାଉଥିଲା? ରାବଣର ବ୍ୟକ୍ତିତ୍ୱ କେମିତି ଥିଲା? ବିଗବଜେଟ୍ ଫିଲ୍ମ ‘ଆଦିପୁରୁଷ’ର ଟିଜର ରିଲିଜ୍ ହେବା ପରେ ଏବେ ଏମିତି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଦିପୁରୁଷରେ ରାବଣ ଚରିତ୍ରରେ ସୈଫ୍ ଅଲ୍ଲୀ ଖାନ୍ ନଜର ଆସୁଥିବାବେଳେ, ଫିଲ୍ମରେ ତାଙ୍କର ଗେଟଅପକୁ ଅଧିକାଂଶ ଲୋକ ପସନ୍ଦ କରିନାହାଁନ୍ତି । ଯେଉଁ କାରଣରୁ ରାବଣର ବ୍ୟକ୍ତିତ୍ୱ ଓ ଚରିତ୍ର କେମିତି ଥିଲା ତାକୁ ନେଇ ଆରମ୍ଭ ହୋଇଛି ଆଲୋଚନା ।

କିଛି ହିନ୍ଦୁ ସଙ୍ଗଠନର କହିବା କଥା, ଫିଲ୍ମର କିଛି ଦୃଶ୍ୟରେ ମହାପଣ୍ଡିତ ରାବଣକୁ ବିନା ତିଳକରେ ଦେଖିବାକୁ ମିଳୁଛି । ଏହାକୁ ନେଇ ଲୋକମାନେ ଆପତ୍ତି ଉଠାଇଛନ୍ତି । ଖାଲି ସେତିକି ନୁହେଁ, ରାବଣ ଚରିତ୍ରକୁ ଫିଲ୍ମରେ ଆଲ୍ଲାଉଦ୍ଧିନ ଖିଲଜୀ ଭଳି ଚିତ୍ରିତ କରାଯାଇଛି ବୋଲି କିଛି ଲୋକ ମତ ପ୍ରକାଶ କରିଛନ୍ତି ।

ରାବଣକୁ ଟିଭି ସ୍କ୍ରିନରେ ଜୀବନ କରିବାର କରିଥିଲେ ରାମାୟଣ ସିରିଏଲର ନିର୍ମାତା ରାମାନନ୍ଦ ସାଗର । ରାମାୟଣରେ ରାବଣ ଭୂମିକାରେ ନଜର ଆସିଥିଲେ ଅଭିନେତା ଅରବିନ୍ଦ ଦ୍ୱିବେଦୀ । ତେବେ ତାଙ୍କର ଏହି ଚରିତ୍ରକୁ ସେତେବେଳେ ସମସ୍ତେ ପସନ୍ଦ କରିଥିଲେ । ଆଜି ବି ତାଙ୍କର ଚରିତ୍ରକୁ ଲୋକମାନେ ପସନ୍ଦ କରନ୍ତି । ତେବେ ଆଦିପୁରୁଷରେ ରାବଣର ଚରିତ୍ରକୁ ନେଇ ଆରମ୍ଭ ହୋଇଛି ବିବାଦ ।

ବାଲିକ୍ମୀଙ୍କ ରଚିତ ରାମାୟଣରେ ସ୍ପଷ୍ଟ ଭାବେ ରାବଣର ବ୍ୟକ୍ତିତ୍ୱ ବର୍ଣ୍ଣନା ହୋଇଛି । ରାବଣ ଚାରି ବେଦର ଜ୍ଞାନୀ ହେବା ସହିତ ପଣ୍ଡିତ ଥିଲେ । ଖୋଦ୍ ହନୁମାନ ମଧ୍ୟ ରାବଣଙ୍କ ଗୁଣ ବର୍ଣ୍ଣନା କରିଥିଲେ । ରୂପ, ସୌନ୍ଦର୍ଯ୍ୟ, ଧର୍ଯ୍ୟ, କ୍ଲାନ୍ତି ତଥା ସର୍ବଲକ୍ଷଣଯୁକ୍ତ ହୋଇଥିଲେ ବି ରାବଣ ଯଦି ଅଧର୍ମୀ ହୋଇନଥାନ୍ତା, ତେବେ ସେ ଦେବଲୋକର ମଧ୍ୟ ସ୍ୱାମୀ ହୋଇପାରିଥାନ୍ତା । ସେହିପରି ଆଦିକବି ବାଲ୍ମିକୀ ମଧ୍ୟ ରାକ୍ଷସରାଜା ରାବଣର ବ୍ୟକ୍ତିତ୍ୱକୁ ପରାକ୍ରମୀ ବୋଲି ପ୍ରଂଶସା କରିଥିଲେ ।

ଫିଲ୍ମ ଆଦିପୁରୁଷର ଖରାପ ଭିଏଫଏକ୍ସକୁ ନେଇ ଲୋକମାନେ ଆପତ୍ତି ଉଠାଇବା ସହିତ ବିଶେଷକରି ରାବଣ ଚରିତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଛି । ରାବଣ ଗୋଟିଏ ଭୟଙ୍କର ପକ୍ଷୀ ଉପରେ ବସି ଯାତ୍ରା କରୁଥିବାବେଳେ, ଏହା ପୁଷ୍ପକ ବିମାନ ବୋଲି ମନେ ହେଉଛି । ତେବେ ଫିଲ୍ମ ନିର୍ଦ୍ଦେଶକ ଏପର୍ଯ୍ୟନ୍ତ ଏ ସମ୍ଭନ୍ଧରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।