ରାଉରକେଲାରୁ ଆସିଲା ଅଭାବନୀୟ ଅଭିଯୋଗ: ଲେଡି ଆଇଆଇସିଙ୍କୁ ମାଡ ମାରୁଛନ୍ତି ସ୍ୱାମୀ; ରଘୁନାଥପଲି ଥାନାରେ ସ୍ତ୍ରୀଙ୍କୁ ନିର୍ଯାତନା

ଖୋଦ ପୁଲିସ ଅଧିକାରୀ ମାଗୁଛନ୍ତି ନ୍ୟାୟ

779

କନକ ବ୍ୟୁରୋ: ପୁଲିସ ମାଗୁଛି ନ୍ୟାୟ । ପୁଲିସ ଅଧିକାରୀ ଆଣିଲେ ପାରିବାରିକ ହିଂସା ଅଭିଯୋଗ । ରଘୁନାଥପଲ୍ଲୀ ଥାନାରେ ଏନେଇ ଅଭିଯୋଗ ହୋଇଛି । ବୀରମିତ୍ରପୁର ଥାନା ଆଇଆଇସି ସ୍ନିଗ୍ଧାରାଣୀ ସୁନା ତାଙ୍କ ସ୍ୱାମୀଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ସ୍ୱାମୀ ମାରଧର କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେବା ଏବଂ ଅସମ୍ମାନ କରିବା ଭଳି ଅଭିଯୋଗ ଏତଲାରେ ଲେଖିଛନ୍ତି ସ୍ନିଗ୍ଧାରାଣୀ । ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ବିଭିନ୍ନ ଦଫାରେ ମାମାଲ ରୁଜୁ କି ଘଟଣାର ତଦନ୍ତ କରୁଛି । ଆଇଆଇସି ସ୍ନିଗ୍ଧାଙ୍କ ସ୍ୱାମୀ ଜଣେ ଅଧ୍ୟାପକ । ସେ ଏବେ ପାନପୋଷ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ଜଣାପଡିଛି ।