କନକ ବ୍ୟୁରୋ : ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଅପରାହ୍ନ ପ୍ରାୟ ୨ଟାରେ ରତ୍ନଭଣ୍ଡାର ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିସାରିଛି ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାର ଖୋଲିଲେ କଣ ହେବ ? ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଖୋଲିବାକୁ ଚାହିଁ ରହିଛି ସାରା ଓଡିଶା । ଯଦିଓ ମହାପ୍ରଭୁଙ୍କ ରତ୍ନ, ଆଭୁଷଣର କୌଣସି ଆକଳନ କରାଯିବ ନାହିଁ । କେବଳ ସ୍ଥିତି ଯାଂଚ ପାଇଁ ଭିତରକୁ ଯିବ ସ୍ୱତନ୍ତ୍ର କମିଟି । ତଥାପି ସମସ୍ତଙ୍କ ଭିତରେ ପ୍ରବଳ ଉତ୍କଣ୍ଠା । ଆଉ ଏହାରି ଭିତରେ ରତ୍ନଭଣ୍ଡାର ଖୋଲିଲେ କଣ ହେବ ତାକୁ ଚାହିଁ ରହିଛନ୍ତି ଜଗନ୍ନାଥ ପ୍ରେମୀ । କାରଣ ଏହାକୁ ନେଇ ରହିଛି ଅନେକ କଥା, କାହାଣୀ । ଶ୍ରୀଜୀଉଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମନ୍ଦିରକୁ ଶୋଧ କରି ରତ୍ନଭଣ୍ଡାରକୁ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହେବ । ଏହାର ୧ଘଂଟା ପୂର୍ବରୁ ସାଧାରଣ ଦର୍ଶନକୁ ବନ୍ଦ ରଖାଯିବ । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ୍ସ ବା ସତ୍ୱଲିପି ଅନୁସାରେ କେଉଁମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଯିବେ ସେନେଇ ତାଲିକା ଚୂଡାନ୍ତ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ତାଲିକା ଅନୁସାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ନୀତି ପ୍ରଶାସକ ରତ୍ନଭଣ୍ଡାରକୁ ପ୍ରବେଶ କରିବେ । ସେହିପରି ପୁରୀ ଏସପି, ଜିଲ୍ଲାପାଳ ଓ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ଏନକେ ମହାନ୍ତମଧ୍ୟ ଭଣ୍ଡାର ଗୃହକୁ ଯିବେ ।
୧. ତପନ କୁମାର ଭଟ୍ଟାଚାର୍ୟ୍ୟ (ପ୍ରତ୍ନତତ୍ତ୍ୱବିତ୍)୨. ଚିତ୍ତରଂଜନ ଦାସ (ପ୍ରତ୍ନତତ୍ତ୍ୱବିତ୍)୩. ଏଚ୍. ଏ. ନାୟକ (ପ୍ରତ୍ନତତ୍ତ୍ୱବିତ୍)୪. ଜି.ସି. ମିତ୍ର( କୋର କମିଟି ସଦସ୍ୟ)୫. ଏନ୍.ସି ପାଲ(କୋର କମିଟି ସଦସ୍ୟ)୬. ଅମିୟ ମହାନ୍ତି (ଗଜପତିଙ୍କ ପ୍ରତିନିଧି)୭. ଭଣ୍ଡାର ମେକାପ: ଗଣେଶ ମେକାପ୮. ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର (ଛତିଶା ନିଯୋଗ ମହାନାୟକ)୯. ପ୍ରଦୀପ କୁମାର ଜେନା(ମୁଖ୍ୟ ପ୍ରଶାସକ)୧୦. ଏନ୍.କେ ମହାନ୍ତି (ହାଇକୋର୍ଟଙ୍କ ପ୍ରତିନିଧି ଆମିକସ୍କ୍ୟୁରି)୧୧. ଅରବିନ୍ଦ ଅଗ୍ରୱାଲ (ଜିଲ୍ଲାପାଳ, ଉପମୁଖ୍ୟ ପ୍ରଶାସକ)୧୨. ଡାକ୍ତର ସାର୍ଥକ ଷଡଙ୍ଗୀ(ଏସ୍ପି)୧୩. ରାମଚନ୍ଦ୍ର ଦାସମହାପାତ୍ର (ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ)୧୪. ଅନନ୍ତ ତିଆଡ଼ି (ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ)୧୫. ପ୍ରଦୀପ ଦାଶ ( ନୀତି ପ୍ରଶାସକ)୧୬. ଦେଉଳକରଣ (ଚନ୍ଦ୍ରଶେଖର ମଙ୍ଗରାଜ)୧୭. ହିମାଂଶୁ ପଟ୍ଟନାୟକ (ତଡ଼ଉକରଣ)/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/1-Copy.jpg)