‘ପ୍ରଥମେ ରତ୍ନଭଣ୍ଡାରର ମରାମତି ହେବ, ତା’ ପରେ ହେବ ଅଳଙ୍କାର ଗଣତି ମଣତି’: ରତ୍ନଭଣ୍ଡାର କମିଟି ବୈଠକରେ ନିଷ୍ପତ୍ତି

‘ପ୍ରଥମେ ରତ୍ନଭଣ୍ଡାରର ମରାମତି ହେବ, ତା’ ପରେ ହେବ ଅଳଙ୍କାର ଗଣତି ମଣତି’: ରତ୍ନଭଣ୍ଡାର କମିଟି ବୈଠକରେ ନିଷ୍ପତ୍ତି

କନକ ବ୍ୟୁରୋ: ଶେଷ ହୋଇଛି ରତ୍ନଭଣ୍ଡାର କମିଟିର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ।  ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଉପସ୍ଥିତ ଥିଲେ ଅନ୍ୟ କମିଟି ସଦସ୍ୟଙ୍କ ସହ ଏଏସଆଇ ବୈଷୟିକ କମିଟି ସଦସ୍ୟ ।

ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସୂଚନା ମୁତାବକ, ଆଜି ରତ୍ନଭଣ୍ଡାର ଅଳଙ୍କାର ଗଣତି ନେଇ କୌଣସି ଆଲୋଚନା ହୋଇନାହିଁ । ବରଂ ଆଜି ରତ୍ନଭଣ୍ଡାର ମରାମତି ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଯେପରି ଶ୍ରୀମନ୍ଦିର ଢାଞ୍ଚା ଉପରେ କୌଣସି ପ୍ରଶ୍ନ ପ୍ରଶ୍ନବାଚୀ ସୃଷ୍ଟି ନହେବ, ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଭ୍ରାଟ ସୃଷ୍ଟି ନହେବ, ଏବଂ ଦର୍ଶନାର୍ଥୀଙ୍କ ଦର୍ଶନରେ କୌଣସି ସମସ୍ୟା ନହେବ ସେସବୁକୁ ଦୃଷ୍ଟିରେ ରଖି କିପରି ରତ୍ନଭଣ୍ଡାର ଭିତରର ମରାମତି କାମ ହେବ ଏହା ଉପରେ ବୈଠକରେ ଆଲୋଚନା ହୋଇଛି ।

ଅତ୍ୟାଧୁନିକ ଉପକରଣ ବ୍ୟବହାର କରାଯାଇ ମରାମତି କାମ କରାଯିବ । ଉଣ୍ଡାର ବାହାର ଓ ଭିତର ଭଣ୍ଡାର ମରାମତିରେ ସବୁଠୁ ଉକ୍ରୃଷ୍ଟ ଓ ଉପାଦେୟ ଉପକରଣ ବ୍ୟବହାର କରାଯିବ । ଏନେଇ ଏଏସଆଇ ଟେକ୍ନିକାଲ କମିଟି ମେମ୍ବର୍ସ ସରକାରଙ୍କ ସହ ଆଲୋଚନା କରିବା ପରେ କାମକୁ ତ୍ୱରାନ୍ୱିତ କରାଯିବ । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମସ୍ତ ଉପାଦେୟ ତଥ୍ୟା ସମୟ କ୍ରମେ ପ୍ରକାଶ କରାଯିବ । ଏନେଇ କୌଣସି ସନ୍ଦେହଜନକ ଖବର ପ୍ରସାରଣ ନକରିବାକୁ ଗଣମାଧ୍ୟମକୁ ଅପିଲ କରିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe