କନକ ବ୍ୟୁରୋ : ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ରାଜ୍ୟ ସରକାରଙ୍କୁ ଶେଷ ମହଲତ । ହାଇକୋର୍ଟ ଏହି ଶେଷ ସୁଯୋଗ ଦେଇଛନ୍ତି । ଆଜି ରତ୍ନଭଣ୍ଡାର ଚାବି ହଜିବା ସଂପର୍କିତ ମାମଲାରେ ଶୁଣାଣି ହେଉଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଜବାବ ନରଖି ଅଧିକ ସମୟ ଲୋଡିଥିଲେ । ରଘୁବୀର ଦାସ କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଆବେଦନ ହୋଇଛି । ହେଲେ ସରକାର ଜବାବ ଦାଖଲ କରିବେ ବୋଲି କହି ଦୀର୍ଘ ୮ ମାସ ହେବ ସମୟ ଗଡାଇ ଚାଲିଥିବା ଅଭିଯୋଗ ହୋଇଛି । ଏବେ ରାଜ୍ୟ ସରକାରଙ୍କୁ ଶେଷ ସୁଯୋଗ ଦେଇଛନ୍ତି ହାଇକୋର୍ଟ । ବଡ ଦିନ ଛୁଟି ପରେ ମାମଲାର ଶୁଣାଣି ହେବ ବୋଲି ସୂଚନା ରହିଛି । ଏହାରି ଭିତରେ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Advertisment