ରତ୍ନ ଭଣ୍ଡାରକୁ ପ୍ରବେଶ କଲେ ୧୬ ଜଣିଆ ଟିମ୍ ! ଗାମୁଛା ନପିନ୍ଧିଥିବାରୁ ଭିତରକୁ ଯାଇପାରିଲେନି ପୁରୀ ଏସପି

ରତ୍ନ ଭଣ୍ଡାରକୁ ପ୍ରବେଶ କଲେ ୧୬ ଜଣିଆ ଟିମ୍ ! ଗାମୁଛା ନପିନ୍ଧିଥିବାରୁ ଭିତରକୁ ଯାଇପାରିଲେନି ପୁରୀ ଏସପି

କନକ ବ୍ୟୁରୋ: ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନ ଭଣ୍ଡାର ମଧ୍ୟକୁ ଯାଂଚ ପାଇଁ ପ୍ରବେଶ କଲେ ୧୬ ଜଣିଆ ଟିମ । ତେବେ ପୂର୍ବ ନିଷ୍ପିତି ଅନୁସାରେ ମନ୍ଦିର ମଧ୍ୟକୁ ୧୭ ଜଣ ପ୍ରତିନିଧି ଯିବାର କୁହାଯାଇଥିଲା ମାତ୍ର ଗାମୁଛା ନପିନ୍ଧିଥିବାରୁ ଏସପିଙ୍କୁ ଯାଂଚ ପାଇଁ ଭିତରକୁ ଛଡାଯାଇନଥିଲା । ଫଳରେ ନାଟମଣ୍ଡପ ନିକଟରେ ରହିବାକୁ ପଡିଛି ପୁରୀ ଏସପିଙ୍କୁ ।

ଏଠାରେ ଆମେ କହି ରଖୁଛୁ କି, ରତ୍ନଭଣ୍ଡାର ଭିତରକୁ ଯାଂଚ କମିଟି ସଦସ୍ୟ କେବଳ ଗାମୁଛା ପିନ୍ଧିବେ, ଯାହାକୁ ଯୋଗାଇ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ସେହିପରି ସଦସ୍ୟମାନେ କେବଳ ଚଷମା ବ୍ୟବହାର କରିପାରିବେ । କୌଣସି ବୈଦୁତିକ କିମ୍ବା ଧାତବ ଉପକରଣ ସାଙ୍ଗରେ ନେଇପାରିବେ ନାହିଁ । ଏପରିକି ପିନ୍ଧିଥିବା ଚେନ୍ କିମ୍ବା ମୁଦି ମଧ୍ୟ ଖୋଲି ରଖାଯିବ । ଅନ୍ଧାରୁଆ ଭଣ୍ଡାର ଘରେ ସ୍ଥିତି ଅନୁଧ୍ୟାନ ପାଇଁ ସର୍ଚ୍ଚ ଲାଇଟ ବ୍ୟବହାର କରିବେ ସ୍ୱତନ୍ତ୍ର ଯାଂଚ କମିଟି ।

 ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ତାଲିକା ଅନୁସାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ନୀତି ପ୍ରଶାସକ ରତ୍ନଭଣ୍ଡାରକୁ ପ୍ରବେଶ କରିବେ । ସେହିପରି ପୁରୀ ଏସପି, ଜିଲ୍ଲାପାଳ ଓ ହାଇକୋର୍ଟଙ୍କ ପ୍ରତିନିଧି, ଭାରତୀୟ ପ୍ରତ୍ନତତ୍ୱ ବିଭାଗ-ଏଏସଆଇର ୩ଜଣ , କୋର କମିଟିର ୨ଜଣ ସଦସ୍ୟ ରତ୍ନଭଣ୍ଡାରରେ ପ୍ରବେଶ କରିବେ । ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ, ଭଣ୍ଡାର ମେକାପ ଗଣେଶ ମେକାପ, ଦେଉଳିକରଣ ଚନ୍ଦ୍ରଶେଖର ମଙ୍ଗରାଜ, ତଢାଉକରଣ ହିମାଂଶୁ ପଟ୍ଟନାୟକ, ଗଜପତି ମହାରାଜଙ୍କ ପ୍ରତିନିଧି ଅମୀୟ ମହାନ୍ତିଙ୍କ ସହ ରତ୍ନଭଣ୍ଡାର ସବକମିଟିର ୨ଜଣ ସଦସ୍ୟ ମଧ୍ୟ ରତ୍ନଭଣ୍ଡାରକୁ ଯିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଥିଲା ମାତ୍ର ଗାମୁଛା ନପିନ୍ଧିଥିବାରୁ ପୁରୀ ଏସ୍ପଙ୍କୁ ଏଥିରୁ ବାଦ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe