କନକ ବ୍ୟୁରୋ : ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ହେଲେ ଏଥର ମଧ୍ୟ ତାଲିକାରେ ସ୍ଥାନ ପାଇନି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ଦୀର୍ଘ ଦିନ ହେବ ରତ୍ନ ଭଣ୍ଡାର ଖୋଲିବାକୁ ବିରୋଧୀଙ୍କ ସମେତ ଗଜପତି ମହାରାଜ, ଶ୍ରୀମନ୍ଦିର ସେବାୟତ, ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଆସୁଛନ୍ତି । ରତ୍ନଭଣ୍ଡାର ଖୋଲିବାକୁ ନେଇ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ଆଶା କରାଯାଉଥିଲା ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ସ୍ଥାନ ପାଇବ ।

Advertisment

ହେଲେ ଏଜେଣ୍ଡାରେ ନାହିଁ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ । ବୈଠକରେ ଚଳିତ ବର୍ଷ ସ୍ନାନ ଯାତ୍ରା ଓ ରଥଯାତ୍ରାର ସମୀକ୍ଷା, ସେବକ ବାସଗୃହ ସମ୍ପର୍କରେ ଆଲୋଚନା, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସମ୍ପର୍କରେ ଆଲୋଚନା, ବାଉଳୀ ମଠ ଉନ୍ନତିକରଣ ସମ୍ପର୍କରେ ଆଲୋଚନା ହେବ । ହେଲେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ତାଲିକାରେ ସ୍ଥାନ ପାଇନଥିବାରୁ ପୁଣି ଏସମ୍ପର୍କରେ ଚର୍ଚ୍ଚା ବଢ଼ିଛି ।