କନକ ବ୍ୟୁରୋ: ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଶେଷ ପରେ ପ୍ରତିକ୍ରିୟା ରଖିଛନ୍ତି କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ। ଗଣମାଧ୍ୟମକୁ ସୂଚନା ଦେଇ ବିଶ୍ୱନାଥ ରଥ କହିଛନ୍ତି, ମନ୍ଦିରର ସ୍ଥାୟିତ୍ୱକୁ ଅଧିକ ଧ୍ୟାନ ଦିଆଯାଇଛି । ରତ୍ନ ଖାଲି କରାଯିବା ପରେ ଯେଉଁ ଖାଲି ସିନ୍ଦୁକ ଅଛି ତାହାକୁ ସ୍ଥାନାନ୍ତର କରାଯିବ । ଖାଲି ଆଲମିରା ଓ ସିନ୍ଦୁକ ରଖିବାକୁ ସ୍ଥାନ ନିର୍ଦ୍ଧାରଣ କରିବ ମନ୍ଦିର ପରିଚାଳନା କମିଟି । ନୂଆ ଏସଓପି ଅନୁମୋଦନ ପାଇଁ ସରକାରଙ୍କ ନିକଟକୁ ପଠାଯିବ । ଏହାପରେ ରତ୍ନଭଣ୍ଡାର ଭିତରେ କଣ ଗୁପ୍ତ ରତ୍ନ ଅଛି ତାହାର ଯାଞ୍ଚ କରାଯିବ । ଏଥିପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବ। ଏଥିପାଇଁ ସରକାରଙ୍କ ଅନୁମୋଦନ ନିଆଯିବ । ରତ୍ନଭଣ୍ଡାର ମରାମତି ପରେ ମଣତ ଗଣତି ହେବ । ନୀତିକାନ୍ତି ଓ ଦର୍ଶନରେ ଯେପରି ବାଧା ନ ଉପୁଜିବ ତାହାକୁ ନଜରରେ ରଖାଯାଇଛି । ଏଥିପାଇଁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯାଇଛି । ମରାମତି ସମୟରେ ମନ୍ଦିର ଢାଞ୍ଚାକୁ ଯେପରି କୌଣସି କ୍ଷତି ନ ପହଞ୍ଚିବ ତାହାକୁ ଗୁରୁତ୍ୱ ଦେଇଛି କମିଟି । ୧୯୭୮ ମସିହା ରିପୋର୍ଟକୁ ମେଳ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ ।
ରତ୍ନଭଣ୍ଡାର ମରାମତି ପୂର୍ବରୁ ହେବ ଖାଲି ଆଲମାରି ଓ ସିନ୍ଦୁକର ହେବ ସ୍ଥାନାନ୍ତରଣ । ତଦାରଖ କମିଟି ବୈଠକ ପରେ ସୂଚନା ଦେଲେ ଜଷ୍ଟିସ ବିଶ୍ୱନାଥ ରଥ ।
/kanak/media/post_attachments/wp-content/uploads/2024/07/34-15.jpg)