ସରିଲା ରତ୍ନଭଣ୍ଡାର ଯାଂଚ ପ୍ରକ୍ରିୟା । ବାହାର ଭଣ୍ଡାରର ୨ଟି ଗୃହ ଯାଂଚ କରି ଫେରିଲେ ସେବାୟତ । ହେଲେ ତୃତୀୟ ଭଣ୍ଡାରକୁ ପଶି ପାରିଲେନି ଅନୁଧ୍ୟାନକାରୀ ଦଳ
ଶେଷ ହୋଇଛି ରତ୍ନଭଣ୍ଡାର ଯାଂଚ ପ୍ରକ୍ରିୟା । ସରିଲା ରତ୍ନଭଣ୍ଡାର ଯାଚଂ । ଭଣ୍ଡାର ଯାଂଚ କାର୍ଯ୍ୟ ସାରି ବାହାରକୁ ବାହାରିଛନ୍ତି ଅନୁଧ୍ୟାନକାରୀ ଦଳ । ତେବେ ରତ୍ନଭଣ୍ଡାର ବାହାର ୨ଟି ଭଣ୍ଡାର ଯାଂଚ କରିଥିଲା ବେଳେ ଭିତର ଭଣ୍ଡାରକୁ ପ୍ରବେଶ କରିପାରି ନଥିବା ସୂଚନା ମିଳିଛି । ଭଣ୍ଡାର ଛାତରେ ଫାଟଥିବା ନେଇ ଯାଂଚ ସାରି ଫେରିଥିବା ସେବାୟତଙ୍କ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ପୁରୀ ପୁଲିସ୍ ଅଧୀକ୍ଷକ ସାର୍ଥକ ଷଡ଼ଙ୍ଗୀ ଗାମୁଛା ପିନ୍ଧି ନ ଥିବାରୁ ଭିତରକୁ ଯାଇ ନାହାନ୍ତି ।କାର୍ଯ୍ୟ ସଂପାଦନ କାଳରେ ପୁଲିସ ପୋଷାକ ପିନ୍ଧିବା ନିୟମ ଥିବାରୁ ସେ ନାଟମଣ୍ଡପ ନିକଟରେ ରହିଥିଲେ। ଏହି ଦଳ ଭଣ୍ଡାରଘରର ସ୍ଥିତି ଯାଂଚ କରିଛନ୍ତି । ଭଣ୍ଡାରର ଭିତ୍ତିଭୂମି ( ଛାତ, କାନ୍ଥ ଓ ଚଟାଣ) କିଭଳି ରହିଛି ତାହା ଯାଞ୍ଚ କରାଯାଇଛି। ବର୍ତ୍ତମାନ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକଙ୍କ ଅଧ୍ୟକ୍ଷତାରେ ଯାଞ୍ଚ ଦଳର ବୈଠକ ଆରମ୍ଭ ହୋଇଛି । ଏହି ବୈଠକ ପରେ ଯାଞ୍ଚ ରିପୋର୍ଟ ପ୍ରସ୍ତୁତ ହୋଇଛି। ଶ୍ରୀମନ୍ଦିର ଭିତରେ ହିଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଗୁରୁବାର ହାଇକୋର୍ଟରେ ଏହି ରିପୋର୍ଟ ଦାଖଲ କରାଯିବ ବୋଲି ଜଣାପଡ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଯୋଗ୍ୟ ଯେ, ଅପରାହ୍ନ ପ୍ରାୟ ୨ଟା ୪୦ ବେଳେ ୧୬ଜଣିଆ ପ୍ରତିନିଧି ଦଳ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୀରା, ନୀଳା, ମୋତି, ମାଣିକ୍ୟ ତଥା ସୁନାରୁପା ଅଳଙ୍କାରରେ ପରିପୂର୍ଣ୍ଣ ଶ୍ରୀଜିଉଙ୍କ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ । ପୁରୀ ଆରକ୍ଷୀ ଅଧୀକ୍ଷକ ସାର୍ଥକ ଷଡ଼ଙ୍ଗୀ ଗାମୁଛା ପିନ୍ଧି ନ ଥିବାରୁ ତାଙ୍କୁ ଭିତରକୁ ଛଡ଼ାଯାଇ ନଥିଲା । କାର୍ଯ୍ୟ ସଂପାଦନ କାଳରେ ପୁଲିସ ପୋଷାକ ପିନ୍ଧିବା ନିୟମ ଥିବାରୁ ସେ ନାଟମଣ୍ଡପ ନିକଟରେ ରହିବାକୁ ପଡିଥିଲା । ଏହି ଦଳ ଭଣ୍ଡାରଘରର ସ୍ଥିତି ଯାଂଚ କରିଥିଲେ । ତେବେ ଯାଂଚ କରିବା ପରେ କଣ ନିର୍ଯ୍ୟାସ ବାହାରିଲା ତାହା ନେଇ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବେ। ଏହି ରିପୋର୍ଟ ବଳରେ ଭଣ୍ଡାରଘର ମରାମତି କରାଯିବ କି ନାହିଁ ତାହା ସ୍ପଷ୍ଟ ହେବ ।
ରତ୍ନ ଭଣ୍ଡାର ଖୋଲିବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଶ୍ରୀମନ୍ଦିରରେ ତିନିଥାକିଆ ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା । ପୁଲିସ ସହ ଦମକଳ ବାହିନୀ, ଓଡ୍ରାଫ୍ ଟିମ୍, ବମ୍ ସ୍ବାର୍ଡ ଏବଂ ସ୍ନେକ ହେଲ୍ପଲାଇନ୍ ମଧ୍ୟ ସଜାଗ ରହିଥିଲେ । ଓଡ୍ରାଫ୍ ଟିମ୍ ଏଲଇଡି ଲାଇଟ ଯୋଗାଇବା ସହ ଅନ୍ୟ ପରିସ୍ଥିତିର ମୁକାବିଲା ଲାଗି ମୁତୟନ ହୋଇଥିଲା । ଅନ୍ୟ ପକ୍ଷରେ ବେହରଣ ଦ୍ଵାରରେ ଡାକ୍ତରୀ ଦଳ ରହିଥିଲେ । ଅଘଟଣ ପାଇଁ ଷ୍ଟ୍ରେଚର ଓ ଫାଷ୍ଟ୍ ଏଡ୍ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ବାହାରେ ଆମ୍ବୁଲାନସ୍ ପ୍ରସ୍ତୁତ ହୋଇଥିଲା । ବର୍ତ୍ତମାନ ଯାଞ୍ଚ ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା ।