କନକ ବ୍ୟୁରୋ : ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଣମାଧ୍ୟମକୁ ସୂଚନା ଦେଇ ଆଇନ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ଯାଞ୍ଚ କମିଟି ଯେଉଁ ସୁପାରିଶ କରିଥିଲା ସେଥିରେ ମୋହର ମାରିଛି ପରିଚାଳନା କମିଟି । ଗତକାଲି ପରିଚାଳନା କମିଟିର ବୈଠକରେ ହୋଇଥିବା ସୁପାରିଶ ଆଜି ସରକାରଙ୍କ ପାଖରେ ପହଞ୍ଚିବା ପରେ ଏହାର ଯାଞ୍ଚ କରାଯିବ । ଯେଉଁ ଏସଓପି ସୁପାରିଶ ଆସିବ ତାହାକୁ ନେଇ ବିଭିନ୍ନ ଦିଗରେ ତର୍ଜମା କରାଯିବା ପରେ ନିଷ୍ପତ୍ତି ନିଆଯିବ । ସବୁଠୁ ବଡ କଥା ହେଲା, ନୀତିକାନ୍ତି ସହ ଖାପଖୁଆଇ ସବୁ ଦିଗକୁ ସୁବିଧା ହେବା ଭଳି ନିଷ୍ପତ୍ତି ନିଆଯିବ । ଯାଞ୍ଚ କମିଟି ଯେଉଁ ତାରିଖ ଧାର୍ଯ୍ୟ କରିଛି ସେ ତାରିଖ ପ୍ରାୟତଃ ସ୍ପଷ୍ଟ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

Advertisment

ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ଚାବି କାମ କରୁ କି ନକରୁ ରତ୍ନଭଣ୍ଡାର ଖୋଲାଯିବ ବୋଲି କହିଥିଲେ ଯାଞ୍ଚ କମିଟିର ଅଧ୍ୟକ୍ଷ । ପରେ ପରିଚାଳନା କମିଟି ବୈଠକରେ ମଧ୍ୟ ଯାଞ୍ଚ କମିଟିର ପ୍ରସ୍ତାବ ଉପରେ ମୋହର ବାଜିଥିଲା ।