ମିଳିଲା ରତ୍ନଭଣ୍ଡାର ଚାବି! ଜାଣନ୍ତୁ କେଉଁଠି ଥିଲା ଭିତର ଭଣ୍ଡାର ଚାବି

47

କନକ ବ୍ୟୁରୋ : ମିଳିଲା ରତ୍ନଭଣ୍ଡାର ଚାବି । ଦୀର୍ଘ ଦିନ ଧରି ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିଥିବା ବେଳେ ଭିତର ଭଣ୍ଡାରର ଚାବି ମିଳିଛି । ଜିଲ୍ଲା ରେକର୍ଡ଼ ରୁମରୁ ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ମିଳିଛି । ରେକର୍ଡ଼ ରୁମରେ ଏକ ମାଟିଆ ରଙ୍ଗର ଲଫାପା ଭିତରୁ ଏହି ଚାବି ମିଳିଛି । ଏହି ଲଫାପାର ଉପରି ଭାଗରେ ଭିତର ଭଣ୍ଡାରର ଡୁପ୍ଲିକେଟ ଚାବି ରହିଥିବା ଲେଖାହୋଇଛି । ଏନେଇ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ରତ୍ନଭଣ୍ଡାର ଚାବି ଖୋଜିବା ପାଇଁ ପୂର୍ବରୁ ୨ଟି ୩ ଜଣିଆ ଟିମ୍ ଗଠନ ହୋଇଥିଲା । ଆଉ ଅନୁସନ୍ଧାନକାରୀ ଦଳ ଆଜି ଏହି ଭିତର ଭଣ୍ଡାରର ଡ଼ୁପ୍ଲିକେଟ ଚାବି ଜିଲ୍ଲା ରେକର୍ଡ ରୁମରୁ ମିଳିଛି । ଏହି ଚାବି ମିଳିବା ପରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଚାଲିଥିବା ବିବାଦ ଉପରେ ପୂର୍ଣ୍ଣଛେଦ ପଡ଼ିଛି । ସବୁଠୁ ବଡ଼ କଥା ହେଲା, ଏହି ଡ଼ୁପ୍ଲିକେଟ ଚାବି ମିଳିବା ପରେ ରତ୍ନଭଣ୍ଡାର କେବେ ଖୋଲାଯିବ ତାହା ଏବେ ସବୁଠୁ ପ୍ରଶ୍ନ ।