କନକ ବ୍ୟୁରୋ: ଦୀର୍ଘ ୪୬ ବର୍ଷ ପରେ ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର । ସେହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା । ଆଉ ରତ୍ନଭଣ୍ଡାର ଖୋଲିବା ନେଇ ବି ପ୍ରସ୍ତୁତି ଜୋରଦାର ହେଲାଣି । ତେବେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର କମିଟି ବୈଠକ ବସିବାକୁ ଥିବା ବେଳେ କେମିତି ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରାଯିବ, ସେନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର କମିଟି ସଦସ୍ୟ ରାଜୀବ ସାହୁ ।

Advertisment

ତେବେ ରତ୍ନଭଣ୍ଡାର ଭିତରକୁ ଯିବା ପୂର୍ବରୁ ପ୍ରଭୁ ଲୋକନାଥଙ୍କ ପୂଜାର୍ଚ୍ଚନା କରାଯିବ । ଯେଉଁମାନେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟାରେ ରହିବେ ସେମାନେ ନିରାମିଷ ଖାଉଛନ୍ତି । ସେବାୟତ ଡ୍ରେସରେ ଭିତରକୁ ଯିବେ କମିଟି ସଦସ୍ୟ । ପ୍ୟାଣ୍ଟ ସାର୍ଟ ନୁହେଁ ଧୋତି ଗାମୁଛା ପିନ୍ଧି ଭିତରକୁ ଯିବେ କମିଟିର ସଦସ୍ୟ ବୋଲି ରାଜୀବ ସାହୁ କହିଛନ୍ତି ।

publive-image

ଏଥିସହ ରତ୍ନଭଣ୍ଡାର ଯେହେତୁ ଅନ୍ଧାର ଥିବ ସେଥିପାଇଁ ଲାଇଟର ମଧ ବ୍ୟବସ୍ଥା କରାଯିବ । ରତ୍ନଭଣ୍ଡାର ଖୋଲିବା ବେଳେ ସବୁ ଟିମଙ୍କ ସହଯୋଗ ନିଆଯିବ । ଯେଉଁ ସାପ ଥିବା ନେଇ ଚର୍ଚ୍ଚା ହୁଏ ସେଥିପାଇଁ ସ୍ନେହ ହେଲ୍ପ ଲାଇନର ସହଯୋଗ ବି ଲୋଡାହେବ । ସବୁ ପ୍ରକାର ବ୍ୟବସ୍ଥା କରି ରତ୍ନଭଣ୍ଡାର ଭିତରକୁ ଯିବା ହେବ ବୋଲି କହିଛନ୍ତି ରାଜୀବ ସାହୁ । ସେପଟେ କାଲି ସୁଦ୍ଧା ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ଆସିପାରେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।