କନକ ବ୍ୟୁରୋ : ରାଜ୍ୟରେ ଅଛନ୍ତି ଲକ୍ଷ ଲକ୍ଷ ଫଲ୍ସ ବା ଜାଲ୍ ରାସନ କାର୍ଡ ହାତାଧିକାରୀ । ବର୍ତ୍ତମାନ ଶୁଦ୍ଧା ୨୫ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଆଗକୁ ଏ ସଂଖ୍ୟା ଆହୁରି ବଢ଼ିପାରେ। କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଏହା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଭୂତ ହିତାଧିକାରୀଙ୍କ ଚିହ୍ନଟ ଚାଲିଛି । ଏହି ମାସ ଶେଷ ଶୁଦ୍ଧା ଭୂତ ହିତାଧିକାରୀଙ୍କ ଚିହ୍ନଟ ଶେଷ ହେବ । ଫଲ୍ସ ରାସନ କାର୍ଡ ଚିହ୍ନଟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାରେ  ଭୂତ କାର୍ଡ ଅଛି, ତାକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେତେ ଫଲ୍ସ କାର୍ଡ ବାହାରିବେ ସେତିକି ନୂଆ ଲୋକଙ୍କୁ ଯୋଡ଼ା ଯିବ । ସଠିକ ହିତାଧିକାରୀଙ୍କୁ ସାମିଲ କରାଯିବ । ଆଉ ୧୦୦ ଦିନ ଭିତରେ ନୂଆ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ। ମନ୍ତ୍ରୀ କହିଛନ୍ତି, ଗୋଟେ ଲୋକ ମରି ଯାଇଥିଲେ ମଧ୍ୟ ତା ନାଁରେ ଚାଉଳ ଯାଉଥିଲା । ଆଉ ଆଗାମୀ ଦିନରେ ନୂଆ କାର୍ଡ ସବୁ ନିଜ ଜିଲ୍ଲାରେ ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକ ଓ ମନ୍ତ୍ରୀ ବାଣ୍ଟିବେ ।

Advertisment

କିଏ କଟିବେ, କିଏ ପାଇବେ?

  • ରାଜ୍ୟରେ ଅଛନ୍ତି ଲକ୍ଷ ଲକ୍ଷ ଜାଲ୍ ରାସନ କାର୍ଡ ହାତାଧିକାରୀ
  • ବର୍ତ୍ତମାନ ଶୁଦ୍ଧା ଚିହ୍ନଟ ହୋଇଛନ୍ତି ୨୫ ଲକ୍ଷ ଭୂତ ହିତାଧିକାରୀ
  • ଆଗକୁ ଆହୁରି ବଢ଼ିପାରେ ଭୂତ ହିତାଧିକାରୀଙ୍କ ସଂଖ୍ୟା
  • ମାସ ଶେଷ ଶୁଦ୍ଧା ଭୂତ ହିତାଧିକାରୀଙ୍କ ଚିହ୍ନଟ ଶେଷ ହେବ
  • ଫଲ୍ସ ରାସନ କାର୍ଡ ଚିହ୍ନଟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ
  • ସବୁ ଜିଲ୍ଲାରେ ଥିବା ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ
  • ଯେତେ ଫଲ୍ସ କାର୍ଡ ବାହାରିବ ସେତିକି ନୂଆ ଲୋକଙ୍କୁ ଯୋଡ଼ା ଯିବ
  • ଗୋଟେ ଲୋକ ମରି ଯାଇଥିଲେ ମଧ୍ୟ ତା ନାଁରେ ଚାଉଳ ଯାଉଥିଲା
  • ଆଗାମୀ ଦିନରେ ନିଜ ନିର୍ବାଚନ ମଣ୍ଡଳୀରେ କାର୍ଡ ବାଣ୍ଟିବେ ବିଧାୟକ ଓ ମନ୍ତ୍ରୀ