ରାସନ କାର୍ଡରୁ କଟି ଯାଇଛି କି ଆପଣଙ୍କ ନାମ, ଯୋଡିବା ପାଇଁ ଆପଣାନ୍ତୁ ଏହି ପ୍ରକ୍ରିୟା

328

କନକ ବ୍ୟୁରୋ : ଆପଣ ରାସନ କାର୍ଡ ପାଇଁ ଆବେଦନ କରିବା ବେଳେ ଆପଣଙ୍କ ତରଫରୁ କିଛି ଭୁଲ ହୋଇଥାଇପାରେ କିମ୍ବା ଏହାକୁ ସରକାରୀ କାର୍ଯ୍ୟାଳୟରେ ପଞ୍ଜିକରଣ କରିବା ଓ ଏହାକୁ ୱେବସାଇଟରେ ଅପଲୋଡ କରିବା ବେଳେ ବିଭାଗୀୟ କର୍ମଚାରୀମାନେ କିଛି ଭୁଲ କରିଥାଇ ପାରନ୍ତି । ଏଭଳି ଭୁଲ ପାଇଁ ବେଳେ ବେଳେ ଆପଣଙ୍କ ରାଶନକାର୍ଡରେ ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମ କଟିଯାଇପାରିଥାଏ । ଏହା ଏକ ସ୍ୱଭାବିକ କଥା । ହେଲେ ଆମ ଦେଶରେ ପ୍ରଚଳିତ ରାଶନ କାର୍ଡରେ ଏତେମାତ୍ରାରେ ଭୁଲ ରହୁଛି କି ଯାହାକୁ ନେଇ ସୁପ୍ରିମକୋର୍ଟରେ ବି ମାମଲା ହୋଇ ସାରିଛି ।

ଜଣେ ଅଭିଯୋକାରୀ ସୁପ୍ରିମକୋର୍ଟରେ ଏକ ଆବେଦନ କରି କହିଥିଲେ କି ଦେଶର ବିଭିନ୍ନ ରାଜ୍ୟରେ ୩ କୋଟି ରାସନ କାର୍ଡ ରଦ୍ଦ କରାଯାଇଛି । ଏହାର କାରଣ ଭାବେ ରାସନ କାର୍ଡ ସହ ଆଧାର ଲିଙ୍କ ହୋଇନଥିବା ଦର୍ଶା ଯାଇଛି । ଯଦି ଆପଣଙ୍କ ନାମ ବି ରାସନ କାର୍ଡ ତାଲିକାରୁ କଟି ଯାଇଛି ତେବେ ଦ୍ୱିତୀୟ ଥର ଆପଣ ରାସନ କାର୍ଡ ତାଲିକାରେ ଆପଣଙ୍କ ନାମ ଯୋଡି ପାରିବେ    ।

ଏବେ ଆସନ୍ତୁ ପ୍ରଥମେ ଜାଣିବା କାହିଁକି ଏହି ଲିଷ୍ଟରୁ କଟିଥାଏ ଆପଣଙ୍କ ନାମ
ରାସନ କାର୍ଡରୁ ନାମ କଟିବାର ଅନେକ କାରଣ ଥାଇପାରେ । ଆପଣଙ୍କ ନାମ ଅନ୍ୟ କୌଣସି ଲୋକର ରାସନ କାର୍ଡ ସହ ଯୋଡି ହୋଇଥିଲେ ବି ଏପରି ହୋଇପାରେ । ଯଦି ଆପଣଙ୍କ ରାସନ କାର୍ଡ ସହ ଆପଣଙ୍କ ଆଧାର କାର୍ଡ ଲିଙ୍କ ହୋଇ ନଥିବ ତେବେ ଏହା ବି ଏକ କାରଣ ହୋଇପାରେ । ଆପଣଙ୍କ ରାସନ କାର୍ଡର ମୁଖିଆଙ୍କ ମୃତ୍ୟୁ ପରେ ବି ଆପଣଙ୍କ ନାମ ରାସନ କାର୍ଡରୁ କଟିପାରେ । ହେଲେ ଏହାକୁ ନେଇ ଅଧିକ ବ୍ୟସ୍ତ ହେବାର କିଛି କାରଣ ନାହିଁ । ଆପଣ ରାସନ କାର୍ଡ ପାଇଁ ପୁଣିଥରେ ଆବେଦନ କରି ଆପଣଙ୍କ ନାମକୁ ବି ଯୋଡି ପାରିବେ ।

ଏମିତି ରାସନ କାର୍ଡରେ ଯୋଡନ୍ତୁ ଆପଣଙ୍କ ନାମ
ଯଦି କୌଣସି କାରଣରୁ ରାସନ କାର୍ଡରୁ ଆପଣଙ୍କ ନାମ କଟି ଯାଇଛି ତେବେ ଆପଣ ରାସନକାର୍ଡର ଫଟୋ କପି ନେଇ ସ୍ଥାନୀୟ ଜନସେବା କେନ୍ଦ୍ରକୁ ଯାଆନ୍ତୁ । ସେଠାରେ ଏହାକୁ ଡିପୋଜିଟ କରିବା ପରେ ଆପଣଙ୍କୁ ଏକ ରସିଦ ମିଳିବ । ଏହାକୁ ଆପଣ ନିକଟସ୍ଥ ତହସିଲ ଅଫିସରେ ଜମା କରିବାର କିଛିଦିନ ମଧ୍ୟରେ ଆପଣଙ୍କ ନାମ ରାସନ କାର୍ଡରେ ଯୋଡି ହୋଇଯିବ ।