ମୟୂରଭଞ୍ଜରୁ ଆସିଲା ଅସହାୟ ଗରିବଙ୍କୁ ଶୋଷଣର ଖବର । ମୃତ ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ୩ ହଜାର ଟଙ୍କାରେ ରାସନ କାର୍ଡ ବନ୍ଧାପକାଥିଲେ ସ୍ତ୍ରୀ ।

203

କନକ ବ୍ୟୁରୋ: ସ୍ୱାମୀ ଶୁଦ୍ଧିକ୍ରିୟା ପାଇଁ ରାସନ କାର୍ଡ ଆଧାର କାର୍ଡକୁ ବନ୍ଧା ପକାଇଲେ ସ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମ୍ୟୁନିସିପାଲଟି ୮ ନମ୍ବର ୱାର୍ଡରେ ଘଟିଛି ଏହି ଅଭାବନୀୟ ଘଟଣା । ଦୈନିକ ଖବର କାଗଜ ସମ୍ବାଦରେ ଏହି ଖବର ପ୍ରକାଶ ପାଇବା ପରେ ଏବେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଘଟଣାକୁ ନିନ୍ଦା କରିବା ପରେ ରେବତୀ ବେହେରାଙ୍କୁ ରାସନ କାର୍ଡ ଓ ଆଧାର କାର୍ଡ ସଂପୃକ୍ତ ବ୍ୟକ୍ତି ଫେରାଇ ଦେଇଥିବା ସୂଚନା ମିଳିଛି ।

ସ୍ୱାମୀର ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ପାଇଁ ଜଣେ ବ୍ୟକ୍ତିଙ୍କ ପାଖରେ ରାସନ କାର୍ଡ ଓ ଆଧାର କାର୍ଡକୁ ବନ୍ଧା ପକାଇ ୩ ହଜାର ଟଙ୍କା ଆଣିଥିଲେ ରେବତୀ । ମୂଲ ଲାଗିଲେ ପରିବାର ଚଳୁଥିବାରୁ ୭ ମାସ ହେଲା ସେ କାର୍ଡ ମୁକୁଳାଇ ପାରୁନଥିଲେ । ସ୍ୱାମୀ ଗଛ କାଟିବା ବେଳେ ଖସିପଡିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା, ଅତି ଗରିବ ଶ୍ରେଣୀରେ ହୋଇଥିଲେ ମଧ୍ୟ କୌଣସି ସରକାରୀ ସହାୟତା ମିଳିନଥିଲା । ଏବେ ୪ ପିଲାଙ୍କୁ ନେଇ ଅସହାୟ ଭାବେ ମଜୁରୀ କରି ପରିବାର ଚଳାଉଛନ୍ତି ରେବତୀ ।