କନକ ବ୍ୟୁରୋ : ଦେଶରେ ଏବେ ‘ୱାନ ନେସନ ୱାନ ରାସନ କାର୍ଡ’ ଲାଗୁ ହୋଇଛି । ଏହି କ୍ରମରେ ହିତାଧିକାରୀମାନେ ନିଜ ପସନ୍ଦର ରାସନ ଡିଲର ଚୟନ କରିପାରିବେ । ଅର୍ଥାତ ଆପଣ ନିଜ ଇଚ୍ଛା ମୁତାବକ ରାସନ ଡିଲର ବଦଳାଇ ପାରିବେ ।

Advertisment

ଏନେଇ ସରକାର ବିଜ୍ଞାପନ ଜାରି କରିଥିବା ବେଳେ , ସରକାରଙ୍କ ବିଜ୍ଞାପନ ମୁତାବକ ଆପଣ ଯେକୌଣସି ରାସନ ଡିଲରଙ୍କ ଠାରୁ ଆପଣଙ୍କ ରାସନ ସାମଗ୍ରୀ ନେଇ ପାରିବେ । ଏନେଇ ଆପଣଙ୍କୁ ରାସନ ଡିଲର ମନା କରିପାରିବ ନାହିଁ ।

ଏନେଇ ସବୁ ଜିଲ୍ଲାର ରାସନ କାର୍ଡଧାରୀଙ୍କୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି । ଅନ୍ୟପଟେ ରାସନ କାର୍ଡଧାରୀଙ୍କ ପାଇଁ ବେଳେ ବେଳେ ସମସ୍ୟା ଦେଖା ଦେଉଛି କି କିଛି ରାସନ ଡିଲର ନିଜ ସେବା ପରିସରଭୂକ୍ତ ନଥିବା ରାସନ କାର୍ଡଧାରୀଙ୍କ ରାସନ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏପରି କ୍ଷେତ୍ରରେ ହିତାଧିକାରୀଙ୍କ ପାଖରେ ବିକଳ୍ପ ରହିଛି କି ସେ ସେହି ଡିଲର ପାଖରୁ ରାସନ ଉଠାଇବ କି ନାହିଁ ?

ଅନ୍ୟପଟେ ସରକାରଙ୍କ ନିମୟ ମୁତାବକ ଯଦି ଜଣେ ରାସନ ଡିଲର ପାଖରେ ତାର ନିର୍ଦ୍ଧାରିତ ହିତାଧିକାରୀଙ୍କ ଠାରୁ ଅଧିକ ହିତାଧିକାରୀ ରାସନ ସାମଗ୍ରୀ ନେବାକୁ ପହଂଚୁଛନ୍ତି ତେବେ ସେ ଜିଲ୍ଲା ପ୍ରଶାସନର ଯୋଗାଣ ବିଭାଗ ପାଖରେ ଆବେଦନ କରି ଅଧିକ ରାସନ ସାମଗ୍ରୀ ଉଠାଇ ପାରିବ । ଏହି ନିୟମ ଲାଗୁ ହେବା ପରେ ଯଦି କୌଣସି ଡିଲର କୌଣସି ହିତାଧିକାରୀଙ୍କୁ ରାସନ ଦେବାକୁ ମନା କରେ ତେବେ ସେ ଡିଲର ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କହିରଖୁ କି ସରକାର ବିପିଏଲ ପରିବାରକୁ ମାସିକ କିଛି ରାସନ ଶସ୍ତା ଦାମରେ ଯୋଗାଇ ଦେଉଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ନିମୟ ମୁତାବକ ରାସନକାର୍ଡଧାରୀଙ୍କୁ ଜଣେ ବ୍ୟକ୍ତି ପ୍ରତି ସରକାର ମାସିକ ୫ କେଜି ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥାନ୍ତି । ଏହାସହ କରୋନା ମହାମାରୀ ବେଳେ ସରକାର ପ୍ରତି ପରିବାରକୁ ଡବଲ ରାସନ ଯୋଗାଇ ଦେବାର ବ୍ୟବସ୍ଥା ବି କରିଛନ୍ତି ।