ନୂଆବର୍ଷ ପୂର୍ବରୁ ରାସନକାର୍ଡଧାରୀଙ୍କ ପାଇଁ ବଡ ଘୋଷଣା: ଏଣିକି ରାସନ ସାଙ୍ଗକୁ ହିତାଧିକାରୀଙ୍କୁ ମିଳିବ ନଗଦ ଟଙ୍କା; ପ୍ରତି କାର୍ଡଧାରୀଙ୍କୁ ଅଢେଇ ହଜାର ଟଙ୍କା କ୍ୟାସ୍ ସହ ମିଳିବ ଅନ୍ୟାନ୍ୟ ରାସନ ସାମଗ୍ରୀ

ଜାଣନ୍ତୁ କେବେଠାରୁ ଲାଗୁ ହେଉଛି ଏହି ଯୋଜନା..

579

କନକ ବ୍ୟୁରୋ:  ଯଦି ଆପଣଙ୍କ ପାଖରେ ରାସନକାର୍ଡ ରହିଛି ତେବେ ରାଜ୍ୟ ସରକାରଙ୍କ ତରଫରୁ ଆପଣଙ୍କୁ ନଗଦ ଅଢେଇ ହଜାର ଟଙ୍କା ମିଳିବ । ଖାଲି କ୍ୟାସ ନୁହେଁ ଟଙ୍କା ସାଙ୍ଗକୁ ହିତାଧିକାରୀଙ୍କୁ ଚାଉଳ ସମେତ ଅନ୍ୟାନ୍ୟ ରାସନ ସାମଗ୍ରୀ ମଧ୍ୟ ଦିଆଯିବ ।

ତାମିଲନାଡୁ ସରକାରଙ୍କ ପୋଙ୍ଗଲ ପ୍ୟାକେଜ୍

ପ୍ରତି ପରିବାରକୁ ଚାଉଳ ସହ ନଗଦ ଟଙ୍କା

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ରସନକାର୍ଡଧାରୀଙ୍କୁ ନଗଦ ୨ ହଜାର ୫୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ତାମିଲନାଡୁ ସରକାର । ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାମୀସ୍ୱାମୀ ଶନିବାର ଚାଉଳ ନେବା ପାଇଁ ର୍ ସମସ୍ତ କାର୍ଡଧାରକଙ୍କୁ ଟଙ୍କା ଦେବାକୁ ନିଷ୍ପତି ନେଇଛନ୍ତି । କେବଳ ପାଲାମୀସ୍ୱାମୀଙ୍କ ଏହି ପୋଙ୍ଗଲ ପ୍ୟାକେଜରେ ହିତାଧିକାରୀଙ୍କୁ ଶସ୍ତାରେ ଚିନି ସହ ୧ କିଲୋ ଚାଉଳ, ଚିନି, କିସମିସ୍, କାଜୁ, ଇଲାଇଚି ଏବଂ ଏକ କପଡା ବ୍ୟାଗ ମଧ୍ୟ ମିଳିବ । ତେବେ ପୋଙ୍ଗଲ ଉତ୍ସବ ଅବସରରେ ଟଙ୍କା ବାଂଟିବାକୁ କହିବା ସହ ଏହି ପ୍ରୋତ୍ସାହିତ ରାଶି ଜାନୁଆରୀ ୪ ତାରିଖରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ଏଆଇଏଡିଏମକେ ସରକାରଙ୍କ ତରଫରୁ ୨୦୧୪ରେ ତାଲିମନାଡୁବାସୀଙ୍କ ପାଇଁ ଗୋଟିଏ କିଲୋ ଚାଉଳ ଏବଂ ୧ କିଲୋ ଚିନି ସହ ୧୦୦ ଟଙ୍କା ଦେବା ଆରମ୍ଭ ହୋଇଥିଲା । ଯାହାକୁ ୨୦୧୮ରେ ଏକ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏବେ ଏହାକୁ ବଢାଇ ଅଢେଇ ହଜାର ଟଙ୍କା କରିଦିଆଯାଇଛି ।