ରାସନ ସାମଗ୍ରୀ ବଣ୍ଟନରେ ଦୁର୍ନୀତି ଅଭିଯୋଗ । ହିତାଧିକାରୀଙ୍କ କୋଟାରୁ ୨ କିଲୋ ଗହମ କାଟି ରଖୁଛନ୍ତି ଡିଲର ।

184

କନକ ବ୍ୟୁରୋ: ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରିବମାନଙ୍କୁ ଚିହ୍ନଟ କରି ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉ ଥିବା ବେଳେ ବୁଗୁଡା ଏନଏସିର ରାସନ ସାମଗ୍ରୀ ଯୋଗାଉଥିବା ଡିଲରମାନେ ପ୍ରତ୍ୟକ କାର୍ଡରେ ଦୁଇ କିଲୋ ଗହମ କାଟୁଥିବାର ହିତାଅଧିକାରୀମାନେ ଅଭିଯୋଗ ଆଣିଛନ୍ତି । ଏନେଇ ଡିଲରଙ୍କୁ ପଚାରିବାରେ ସେ ବୁଗୁଡା ବ୍ଲକ୍ୟୋ ଗାଣଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଦୁଇ କିଲୋ ଗହମ କଟୁଥିବା କହିଛନ୍ତି ।

ରାସନ କାର୍ଡରେ ସାମଗ୍ରୀ ବଂଟନରେ ମହାଦୁର୍ନୀତି । ହିତାଧିକାରୀଙ୍କ ଦିଆଯାଉଥିବା ଗହମରୁ ୨ କିଲୋ କାଟି ରଖୁଛନ୍ତି ଡିଲର । ହେଲେ ହିତାଧିକାରୀଙ୍କ କାର୍ଡରେ ପୁରା କୋଟା ଦିଆଯାଉଥିବା ଲେଖି ଦସ୍ତଖତ ନେଉଛନ୍ତି । ଗଂଜାମ ଜିଲ୍ଲା ବୁଗୁଡା ବ୍ଲକରୁ ଆସିଛି ଏମିତି ଅଭିଯୋଗ । ସବୁଠାରୁ ବଡ କଥା ହେଲା, ଏନେଇ ସଂପୃକ୍ତ ଡିଲରଙ୍କୁ ପଚାରିଲେ ସେ ଯେଉଁ ଉତର ଦେଉଛନ୍ତି ତାହା ଶୁଣିଲେ ଆପଣଙ୍କ ଆଶ୍ଚଯ୍ୟ ହୋଇଯିବେ । କାହିଁକି ଗହମ କାଟୁଛ ବୋଲି ପଚାରିଲେ, ଡିଲକ କହୁଛନ୍ତି ଏଥିପାଇଁ ତାଙ୍କୁ ବ୍ଲକ ଯୋଗାଣ ଅଧିକାରୀ କହିଛନ୍ତି ।

ସେପଟେ ଏନେଇ ବୁଗୁଡା ଯୋଗାଣ ଅଧିକାରୀ ଅମିତ ମହାନ୍ତିଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିଲେ ଆମ ପ୍ରତିନିଧି । ହେଲେ ତାଙ୍କ ଅଫିସରେ ତାଲା ପଡିଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ । ଦିନ ୩ଟା ବେଳେ ବାବୁ ଅଫିସରେ ନଥିବାରୁ ବିଭିନ୍ନ ସମସ୍ୟା ନେଇ ଯୋଗାଣ ଅଧିକାରୀଙ୍କୁ ଭେଟିବାକୁ ଆସିଥିବା ଲୋକେ ନିରାସ ହୋଇ ଫେରୁଥିବା କହିଛନ୍ତି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଖଟିଖିଆଙ୍କ ସୁବିଧା ପାଇଁ ଯୋଜନା କରୁଥିବା ବେଳେ ତୃଣମୂଳ ସ୍ତରରେ କାମ କରୁଥିବା କର୍ମଚାରୀ ଓ ଅଧିକାରୀଙ୍କ ଯୋଗୁଁ ଯୋଜନାରେ ହେରଫେର ହେଉଥିବା ଦେଖିବାକୁ ମିଳୁଛି ।