ମାଲକାନଗିରିରେ : ମାଲକାନଗିରି ପଡିକାର୍ଡ ଦାବି ନେଇ ମହିଳା ହିତାଧିକାରୀଙ୍କ ହଙ୍ଗାମା । କାଲିମେଳା ବ୍ଲକ ଲୁଗେଲ ପଂଚାୟତର ହଜାର ହଜାର ହିତାଧିକାରୀ ରାଶନ କାର୍ଡ ନପାଇ ଥିବାରୁ ପଂଚାୟତ ଅଧିକାରୀ ଓ ଜିଆରଏସକୁ ତାଲା ପକାଇଥିଲେ । ୩୦୦ରୁ ଅଧିକ ମହିଳାଙ୍କ ନାଁ ତାଲିକାରୁ ବାତିଲ ହୋଇଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କାଲିମେଳା ଏମଆଇ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ବୁଝାସୁଝା କରିଥିଲେ । ପ୍ରତିଶ୍ରୁତି ପାଇବା ପରେ ପ୍ରାୟ ୪ ଘଂଟା ପରେ ଅଧିକାରୀଙ୍କୁ ମହିଳାମାନେ ମୁକ୍ତ କରିଥିଲେ ।
ପଡିକାର୍ଡ ଦାବି ନେଇ ମାଲକାନଗିରିରେ ମହିଳା ହିତାଧିକାରୀଙ୍କ ହଙ୍ଗାମା
/kanak/media/post_attachments/wp-content/uploads/2016/04/Padi-card.png)