ନବରଙ୍ଗପୁରରେ ଭୋକିଲା ଅଣଓଡିଆ ଲୋକଙ୍କୁ ଖାଦ୍ୟ ଦେଲା ପ୍ରଶାସନ: କପଡା ବିକ୍ରି କରିବାକୁ ଉମରକୋଟ୍ ଆସି ଫସିଛନ୍ତି ଉତ୍ତରପ୍ରଦେଶର ବ୍ୟବସାୟୀ

୧୦ ଦିନ ଚଳିବାକୁ ଖାଦ୍ୟ ସାମଗ୍ରୀ ଯୋଗାଇଦେଲା ଜିଲ୍ଲା ପ୍ରଶାସନ

281

କନକ ବ୍ୟୁରୋ: ନବରଙ୍ଗପୁରରେ ଦେଖିବାକୁ ମିଳିଛି ମାନବିକତାର ନିଛକ ଉଦାହରଣ । ତାଲାବନ୍ଦ ପାଇଁ ଏଠାରେ ଫସିଛନ୍ତି ରାଜ୍ୟ ବାହାରର ଅନେକ ଶ୍ରମିକ । କପଡା ବିକ୍ରି କରିବାକୁ ଉତରପ୍ରଦେଶରୁ କିଛି ଲୋକ ନବରଙ୍ଗପୁର ଉମରକୋଟକୁ ଆସିଥିଲେ । ତାଲାବନ୍ଦ କାରଣରୁ ସେମାନେ ଫସି ରହିଛନ୍ତି । ଏହି ଅଣଓଡିଆ ଲୋକଙ୍କ ନିକଟରେ ପହଁଚି ଜିଲ୍ଲା ପ୍ରଶାସନ ପହଁଚାଇଛି ସହାୟତା । ୧୦ ଦିନ ପାଇଁ ଚାଉଳ ଓ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛି ପ୍ରଶାସନ ।

ଅନ୍ୟପଟେ, ରାଜ୍ୟରେ ତାଲାବନ୍ଦ ସମୟରେ ଏବେ ବିଭିନ୍ନ ସ୍ଥାନରେ ଭୋକରେ ଆଉଟୁପାଉଟୁ ହେଉଛନ୍ତି ପଶୁ ପକ୍ଷୀ । ଦୋକାନ ବଜାର ଖୋଲିବା ସମୟରେ ଏମାନେ ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଖାଦ୍ୟ ପାଉଥିଲେ । ଏବେ ଏପରି ସ୍ଥିତିରେ ଜୟପୁରରେ ଭୋକିଲା ମାଙ୍କଡ ମାନଙ୍କୁ ଖାଦ୍ୟ ଦେଉଛନ୍ତି କିଛି ପଶୁ ପ୍ରେମୀ । ଆଉ ତାଲାବନ୍ଦ ସମୟରେ ଭୋକରେ ଥିବା ମାଙ୍କଡ ଏହାକୁ ପାଇ ବେଶ୍ ଖୁସି ହୋଇଛନ୍ତି ।

ସେହିଭଳି କରୋନା ଯୁଦ୍ଧର କୁନି ଯୋଦ୍ଧା କୁମ୍ପି ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠି କୁ ଦାନ କଲେ ଟଙ୍କା । ମାଲକାନଗିରି ଜିଲା ମାଥିଲି ସଦରର ଡି ଶ୍ରୀନିବାସ । ତାଙ୍କ ୩ କୁନି ଝିଅ ନିଜେ ନିଜେ ପ୍ରତିଦିନ ସଂଜୟ କରୁଥିବା କୁମ୍ପିକୁ ଆଣି ଭାଙ୍ଗି ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଠି କୁ ଦାନ କରିଛନ୍ତି । ମାଥିଲି ବିଡିଓ ଆଶିଷ କୁମାର ଭୋଇଙ୍କ ଜରିଆରେ କୁମ୍ପି ପ୍ରଦାନ କରିଛନ୍ତି ୩ ଭଉଣୀ । ପ୍ରତିଦିନ ଗଣମାଧ୍ୟମରେ କରୋନାର ସଂକଟ ସମ୍ପର୍କରେ ଦେଖୁଛନ୍ତି ଏହି ୩ ଭଉଣୀ । ଆଉ ନିଜେ ସଂଚିଥିବା ଟଙ୍କା କୁମ୍ପି ଆଣି ମାଥିଲି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ଦାନ କରିଛନ୍ତି ।