ରାତି ପାହିଲେ ସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିରେ ଦଇତା ପ୍ରବେଶ ନୀତି ସମ୍ପର୍ଣ୍ଣ :  ଆଜି ହେବ ସେନାପଟା ଲାଗି

ଆଜି ଦିନ ୨ଟା ଯାଏ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ସ୍ନାନ ପୂର୍ଣ୍ନିମାରେ ପହଣ୍ଡି ପୂର୍ବରୁ ଦଇତାପତି ସେବାୟତମାନେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟକଣ୍ଟ ନୀତି ସମ୍ପାଦିତ କରିବା ପରେ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ଆସିବେ ଚତୁର୍ଦ୍ଧାବିଗ୍ରହ ।

ଅଦ୍ୟତନ ହୋଇଛି
snana jatra

Photograph: (KanakNews )

କନକ ବ୍ୟୁରୋ : ଆସନ୍ତାକାଲ ସ୍ନାନ ପୂର୍ଣ୍ନିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ । ଏନେଇ ପାରମ୍ପରିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସମ୍ପର୍ଣ୍ଣ ହୋଇଛି । ସ୍ନାନବେଦୀକୁ ପହଣ୍ଡି ପୂର୍ବରୁ ଶ୍ରୀବିଗ୍ରହଙ୍କ ବାହୁକଣ୍ଟ ଓ ଚାରମାଳ ବନ୍ଧା ନୀତି ସମ୍ପର୍ଣ୍ଣ ହୋଇଛି । ଆଜି ସେନାପଟା ଲାଗି ନୀତି ହେବ । ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ସ୍ବତନ୍ତ୍ର ନୀତି ଲାଗି ରାତି ପହୁଡ଼ଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଆଜି ଦିନ ୨ଟା ଯାଏ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ସ୍ନାନ ପୂର୍ଣ୍ନିମାରେ ପହଣ୍ଡି ପୂର୍ବରୁ ଦଇତାପତି ସେବାୟତମାନେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟକଣ୍ଟ ନୀତି ସମ୍ପାଦିତ କରିବା ପରେ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ଆସିବେ ଚତୁର୍ଦ୍ଧାବିଗ୍ରହ ।

ଶ୍ରୀମନ୍ଦିରରେ ଦଇତା ପ୍ରବେଶ
ସ୍ନାନପୂର୍ଣ୍ନିମା ପାଇଁ ପାରମ୍ପରିକ ପ୍ରକ୍ରିୟା ଆରମ୍ଭ
ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସମ୍ପର୍ଣ୍ଣ
ଶ୍ରୀବିଗ୍ରହଙ୍କ ବାହୁକଣ୍ଟ ଓ ଚାରମାଳ ବନ୍ଧା ନୀତି ସମ୍ପର୍ଣ୍ଣ
ଆଜି ସେନାପଟା ଲାଗି ନୀତି ହେବ
ସ୍ବତନ୍ତ୍ର ନୀତି ଲାଗି ରାତି ପହୁଡ଼ରୁ ବନ୍ଦ ରହିଛି ସାଧାରଣ ଦର୍ଶନ
ଆଜି ଦିନ ୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
କାଲି ଭୋର ୪ଟା ୩୦ରେ ମଙ୍ଗଳା ଅର୍ପଣ
ସକାଳ ୫ଟାରୁ ୭ଟା ମଧ୍ୟରେ ହେବ ପହଣ୍ଡି
ସକାଳ ୯ଟାରେ ହେବ ମଙ୍ଗଳ ଆଳତି, ୯ଟା ୧୫ରେ ମଇଲମ
ଦିନ ସାଢ଼େ ୩ଟାରେ ଛେରା ପହଁରା
ଅପରାହ୍ନ ୪ଟାରେ ହେବ ହାତୀ ବେଶ
ସନ୍ଦ୍ୟା ସାଢ଼େ ୭ରୁ ରାତି ୧୦ଟା ଯାଏ ସାହାଣ ମେଲା ଦର୍ଶନ
ରାତି ୧୧ଟାରେ ହାତୀ ବେଶ ମଇଲମ ଓଲାଗି
ରାତି ୨ଟା ମଧ୍ୟରେ ସରିବ ବାହୁଡ଼ଶ ପହଣ୍ଡି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe