କନକ ବ୍ୟୁରୋ : ସରିଲା ଅଧରପଣା ଆଜି ମହାପ୍ରଭୁଙ୍କ ନିଳାଦ୍ରି ବିଜେ । ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ । ନବଦିନାତ୍ମକଯାତ୍ରା ସାରି ମହାପ୍ରଭୁ ନୀଳକନ୍ଦରକୁ ବାହୁଡ଼ିବେ । ସେ ନେଇ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ପୂରା ଚେଷ୍ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ସେପଟେ ସେବାୟତଙ୍କ ସହ ଆଲୋଚନା କରାଯାଇଛି । ମହାପ୍ରଭୁଙ୍କ ପହଣ୍ଡି ନିର୍ଦ୍ଧାରିତ ସମୟ ପୂର୍ବରୁ କରିବା ପାଇଁ ପଦକ୍ଷେପ ନିଆଯାଇଛି । ସେପଟେ ଯଦି ସଅଳ ପହଣ୍ଡି ହୁଏ ତେବେ ମହାପ୍ରଭୁଙ୍କ ରତ୍ନ ସିଂହାସନରେ ପହୁଡ଼ କରାଯିବ । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହୋଇ ୧୦ଟା ସୁଦ୍ଧା ଶେଷ ହେବାକୁ ଳକ୍ଷ୍ୟ ରଖାଯାଇଛି । ପରମ୍ପରା ଅନୁଯାୟୀ ଦେଉଳକୁ ପ୍ରବେଶ କରିବା ସମୟରେ ମାନଭଞ୍ଜନ ପାଇଁ ମା ଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦେବେ କାଳିଆ ସାଆନ୍ତ । ପହଣ୍ଡି ବେଳେ କାଳିଆ ସାଆନ୍ତ ସିଂହଦ୍ୱାରରେ ପହଞ୍ଚିବା ପରେ ବନ୍ଦ ହୋଇଯାଏ ଦ୍ୱାର । ପରେ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ କାଳିଆ ଠାକୁର । ବିଧି ଅନୁଯାୟୀ ରଥ ନିକଟରେ ଶ୍ରୀଜିଉଙ୍କୁ ଭକ୍ତମାନେ ରସଗୋଲା ଭୋଗ ହେବ । ଗତକାଲି ରଥ ଉପରେ ଠାକୁରଙ୍କ ଅଧରପଣା ନୀତି ହୋଇଥିଲା । ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗାଯାଇଥିଲା ।