କନକ ବ୍ୟୁରୋ : ବର୍ଷକର ଅପେକ୍ଷା ପରେ ପୁଣି ଆସିଛି ସେହି ଦିବ୍ୟ ମୂହୁର୍ତ୍ତ । ଗତକାଲି ମହାଆଡମ୍ବରରେ ଗୋଟି ପହଣ୍ଡିରେ ଯାଇ ଚତୁର୍ଦ୍ଧାମୂର୍ତ୍ତି ଆଡପମଣ୍ଡପକୁ ବିଜେ କରିବା ପରେ ଆଜି ଦର୍ଶନ ଦେଉଛନ୍ତି । ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ବଳ ଭକ୍ତ । କାଳିଆ ଠାକୁରଙ୍କ ଦୁର୍ଲଭ ଦର୍ଶନ କରି ପୁଲକିତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । 

Advertisment

ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହାରିଛି ଆଡ଼ପ ଅବଢା । ମହାପ୍ରସାଦ ଖାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ଆଡ଼ପ ଅବଢା ଖାଇ କୃତ୍ୟକୃତ୍ୟ ହୋଛଇନ୍ତି । ବିଶ୍ବାସ ରହିଛି ଆଡପ ଅବଢ଼ା ପାଇଲେ କୋଟି ଜନ୍ମର ପୂଣ୍ଣ୍ୟ ଲାଭ ହୋଇଥାଏ । 

ଅରବିନ୍ଦ ଅଗ୍ରୱାଲ, ରଥଯାତ୍ରା ପରିଚାଳନା, ସୌମେନ୍ଦ୍ର ପ୍ରିୟଦର୍ଶୀ, ରଥଯାତ୍ରା ସୁରକ୍ଷା 
 .. ଚଞ୍ଚଳ ରାଣା, ପୁରୀ ଜିଲ୍ଲାପାଳ ... ପିନାକ ମିଶ୍ର , ପୁରୀ ଏସପି । ଘୋଷଯାତ୍ରାର ଦ୍ବିତୀୟ ଦିନରେ ବଡ ଅଘଟଣ ପରେ ଦାୟିତ୍ବ ନେଇଥିବା ଏହି ଚାରି ଅଧିକାରୀ ଆଗାମି ନୀତି ପାଇଁ ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି । ରଥଯାତ୍ରା ପରିଚାଳନା ଦାୟିତ୍ବରେ ଥିବା ଅରବିନ୍ଦ ଅଗ୍ରୱାଲ ଆଗାମି ନୀତିକାନ୍ତି ସୁରୁଖୁରୁରେ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ଆଡପ ଦର୍ଶନର ପ୍ରଥମ ଦିନରେ ଦର୍ଶନ ଓ ସୁରକ୍ଷାର ସମୀକ୍ଷା କରିଛନ୍ତି । ଆଡପ ଦର୍ଶନ, ବାହୁଡା ନୀତି, ସୁନାବେଶ ଓ ନୀଳାଦ୍ରୀବିଜେ ଯେମିତି ତ୍ରୁଟି ଶୂନ୍ୟ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ଚଳିତ ବର୍ଷ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଧିକ ଶ୍ରଦ୍ଧାଳୁ ଆସୁଥିବାରୁ ଘୋଷଯାତ୍ରାକୁ ସୁରୁଖୁରୁରେ ସାରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ।