ସରିଲା ରତ୍ନଭଣ୍ଡାର କାମ : ଗଣତିମଣତି ପରେ ମେଳ କରାଯିବ ତାଲିକା

Advertisment

ପାଖାପାଖି ୯୫ ଦିନ ସଂରକ୍ଷଣ ଓ ମରାମତି କାମ ଚାଲିଥିଲା । ୩୩୨ ଘଣ୍ଟାର ମରାମତି ଓ ସଂରକ୍ଷଣ କାମ ଚାଲିଥିଲା । ମୋଟ ୧୫ଟି ଷ୍ଟେନଲେସ୍ ଷ୍ଟିଲ ବକ୍ସ ବିମ୍ ଲଗାଯାଇଛି ।

ପାଖାପାଖି ୯୫ ଦିନ ସଂରକ୍ଷଣ ଓ ମରାମତି କାମ ଚାଲିଥିଲା । ୩୩୨ ଘଣ୍ଟାର ମରାମତି ଓ ସଂରକ୍ଷଣ କାମ ଚାଲିଥିଲା । ମୋଟ ୧୫ଟି ଷ୍ଟେନଲେସ୍ ଷ୍ଟିଲ ବକ୍ସ ବିମ୍ ଲଗାଯାଇଛି ।

Ratna vhandara

Photograph: (kanaknews)

କନକ ବ୍ୟୁରୋ : ସରିଲା ରତ୍ନଭଣ୍ଡାର କାମ । ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର କାମ ଶେଷ ହୋଇଛି । ପାଖାପାଖି ୯୫ ଦିନ ସଂରକ୍ଷଣ ଓ ମରାମତି କାମ ଚାଲିଥିଲା । ୩୩୨ ଘଣ୍ଟାର ମରାମତି ଓ ସଂରକ୍ଷଣ କାମ ଚାଲିଥିଲା । ମୋଟ ୧୫ଟି ଷ୍ଟେନଲେସ୍ ଷ୍ଟିଲ ବକ୍ସ ବିମ୍ ଲଗାଯାଇଛି । ୫୨୦ ଛୋଟବଡ଼ ପଥର ବଦଳ କରାଯାଇଛି । ଛାତକୁ ୱାଟର ପ୍ରୁଫ୍ କରାଯାଇଛି । ଏବେ ଆଉ ପାଣି ଗଳିବ ନାହିଁ । 

ରତ୍ନଭଣ୍ଡାର କାମ ଡିସେମ୍ବର ୧୨ରୁ ଆରମ୍ଭ ହୋଇଥିଲା । ଏପ୍ରିଲ ୨୯ରୁ ମରାମତି କାମ ବନ୍ଦ ଥିଲା । ଠାକୁର ରତ୍ନବେଦୀ ଛାଡ଼ିବା ପରେ ପୁଣି କାମ ଆରମ୍ଭ ହୋଇଥିଲା । ପଥର ବଦଳ କରାଯାଇଛି, ଚଟାଣକୁ ନୂଆ ଗ୍ରାନାଇଟ୍ କରାଯାଇଛି । ଗଣତିମଣତି ପରେ ତାଲିକାକୁ ମେଳ କରାଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe