କନକ ବ୍ୟୁରୋ : ସରିଲା ରତ୍ନଭଣ୍ଡାର କାମ । ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର କାମ ଶେଷ ହୋଇଛି । ପାଖାପାଖି ୯୫ ଦିନ ସଂରକ୍ଷଣ ଓ ମରାମତି କାମ ଚାଲିଥିଲା । ୩୩୨ ଘଣ୍ଟାର ମରାମତି ଓ ସଂରକ୍ଷଣ କାମ ଚାଲିଥିଲା । ମୋଟ ୧୫ଟି ଷ୍ଟେନଲେସ୍ ଷ୍ଟିଲ ବକ୍ସ ବିମ୍ ଲଗାଯାଇଛି । ୫୨୦ ଛୋଟବଡ଼ ପଥର ବଦଳ କରାଯାଇଛି । ଛାତକୁ ୱାଟର ପ୍ରୁଫ୍ କରାଯାଇଛି । ଏବେ ଆଉ ପାଣି ଗଳିବ ନାହିଁ ।
ରତ୍ନଭଣ୍ଡାର କାମ ଡିସେମ୍ବର ୧୨ରୁ ଆରମ୍ଭ ହୋଇଥିଲା । ଏପ୍ରିଲ ୨୯ରୁ ମରାମତି କାମ ବନ୍ଦ ଥିଲା । ଠାକୁର ରତ୍ନବେଦୀ ଛାଡ଼ିବା ପରେ ପୁଣି କାମ ଆରମ୍ଭ ହୋଇଥିଲା । ପଥର ବଦଳ କରାଯାଇଛି, ଚଟାଣକୁ ନୂଆ ଗ୍ରାନାଇଟ୍ କରାଯାଇଛି । ଗଣତିମଣତି ପରେ ତାଲିକାକୁ ମେଳ କରାଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/07/ratna-vhandara-2025-07-07-19-10-16.jpg)