ପୁରୀ ଶରଧାବାଲିରେ ଦଳାଚକଟା ଘଟଣା; ଭିଡିଓ ଦେବାକୁ ଜନସାଧାରଣଙ୍କୁ ଅପିଲ୍ କଲେ ଉନ୍ନୟନ କମିସନର ଅନୁ ଗର୍ଗ

puritragedy.inquiry@odisha.gov.in ମେଲ ଆଇଡିରେ ଭକ୍ତ ମାନେ ପଠାଇ ପାରିବେ । ଯଦି କୌଣସି ବ୍ୟକ୍ତି ପ୍ରତ୍ୟକ୍ଷ ଭାବେ ଭେଟି ତଥ୍ୟ ଦେବାକୁ ଚାହୁଁଥିବେ, ତେବେ ରାଜ୍ୟ ଅତିଥି ଭବନ ଭୁବନେଶ୍ୱର ଓ ପୁରୀ ସର୍କିଟ ହାଉସରେ ଅପରାହ୍ଣ ୩ଟା ପରେ ଦେଇପାରିବେ ।

Puri Stampede

Photograph: (Kanak News)

କନକ ବ୍ୟୁରୋ : ରଥଯାତ୍ରା ପରଦିନ ପୁରୀ ଶରଧାବାଲିରେ ଦଳାଚକଟା ଘଟଣାରେ ଭିଡିଓ ଦେବାକୁ ଅପିଲ୍ କରିଛନ୍ତି ଉନ୍ନୟନ କମିସନର ଅନୁ ଗର୍ଗ । ଦଳାଚକଟା ସମୟରେ ସେଠାରେ ଉପସ୍ଥିତ ଜନସାଧାରଣଙ୍କ ପାଖରେ ଯେଉଁ ସବୁ ଭିଡିଓ ଅଛି, ସେଗୁଡିକୁ ପଠାଇବା ପାଇଁ ନିବେଦନ କରିଛନ୍ତି ଉନ୍ନୟନ କମିସନର ତଥା ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗ ।

puritragedy.inquiry@odisha.gov.in ମେଲ ଆଇଡିରେ ଭକ୍ତ ମାନେ ପଠାଇ ପାରିବେ । ଯଦି କୌଣସି ବ୍ୟକ୍ତି ପ୍ରତ୍ୟକ୍ଷ ଭାବେ ଭେଟି ତଥ୍ୟ ଦେବାକୁ ଚାହୁଥିବେ, ତେବେ ରାଜ୍ୟ ଅତିଥି ଭବନ ଭୁବନେଶ୍ୱର ଓ ପୁରୀ ସର୍କିଟ ହାଉସରେ ଅପରାହ୍ଣ ୩ଟା ପରେ ଦେଇପାରିବେ । ଉନ୍ନୟନ କମିସନର ଅନୁ ଗର୍ଗଙ୍କୁ ତଦନ୍ତ ଦାୟିତ୍ୱ ମିଳିବା ପରେ ସେ ଘଟଣାସ୍ଥଳକୁ ଯାଇ ତଦନ୍ତ କରି କିଛି ଲୋକଙ୍କୁ ପଚରାଉଚରା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe