କନକ ବ୍ୟୁରୋ : ରଥଯାତ୍ରା ପରଦିନ ପୁରୀ ଶରଧାବାଲିରେ ଦଳାଚକଟା ଘଟଣାରେ ଭିଡିଓ ଦେବାକୁ ଅପିଲ୍ କରିଛନ୍ତି ଉନ୍ନୟନ କମିସନର ଅନୁ ଗର୍ଗ । ଦଳାଚକଟା ସମୟରେ ସେଠାରେ ଉପସ୍ଥିତ ଜନସାଧାରଣଙ୍କ ପାଖରେ ଯେଉଁ ସବୁ ଭିଡିଓ ଅଛି, ସେଗୁଡିକୁ ପଠାଇବା ପାଇଁ ନିବେଦନ କରିଛନ୍ତି ଉନ୍ନୟନ କମିସନର ତଥା ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗ ।
[email protected] ମେଲ ଆଇଡିରେ ଭକ୍ତ ମାନେ ପଠାଇ ପାରିବେ । ଯଦି କୌଣସି ବ୍ୟକ୍ତି ପ୍ରତ୍ୟକ୍ଷ ଭାବେ ଭେଟି ତଥ୍ୟ ଦେବାକୁ ଚାହୁଥିବେ, ତେବେ ରାଜ୍ୟ ଅତିଥି ଭବନ ଭୁବନେଶ୍ୱର ଓ ପୁରୀ ସର୍କିଟ ହାଉସରେ ଅପରାହ୍ଣ ୩ଟା ପରେ ଦେଇପାରିବେ । ଉନ୍ନୟନ କମିସନର ଅନୁ ଗର୍ଗଙ୍କୁ ତଦନ୍ତ ଦାୟିତ୍ୱ ମିଳିବା ପରେ ସେ ଘଟଣାସ୍ଥଳକୁ ଯାଇ ତଦନ୍ତ କରି କିଛି ଲୋକଙ୍କୁ ପଚରାଉଚରା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/04/puri-stampede-2025-07-04-15-43-56.jpg)