Rathajatra Special 2025 : ଶ୍ରୀମନ୍ଦିରର ତୃତୀୟ ପାହାଚରେ କାହିଁକି ରଖାଯାଏନି ପାଦ ? ଏହି ପାହାଚ ସହ ଯମରାଜଙ୍କ କ’ଣ ରହିଛି ସମ୍ବନ୍ଧ ?

ପ୍ରତ୍ୟେକ ମନ୍ଦିରରେ ଯେମିତି କିଛି ନା କିଛି ରହସ୍ୟ ରହିଛି ଠିକ୍ ସେମିତି ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ମଧ୍ୟ ଅନେକ ରହସ୍ୟ ରହିଛି । ଜଗନ୍ନାଥ ମନ୍ଦିରର ତୃତୀୟ ପାହାଚ ସହିତ ଜଡ଼ିତ ରହସ୍ୟ ଅନେକ ଲୋକ ଜାଣିନଥିବେ ।

jagannath-puri-temple

jagannath-puri-temple Photograph: (google)

କନକ ବ୍ୟୁରୋ : କୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ହିନ୍ଦୁମାନଙ୍କର ଚାରି ଧାମ ଯଥା ବଦ୍ରିନାଥ, ରାମେଶ୍ୱରମ୍, ଦ୍ୱାରିକା ଏବଂ ଜଗନ୍ନାଥପୁରୀ ମଧ୍ୟରୁ ଅନ୍ୟତମ । ଶ୍ରୀମନ୍ଦିର ଅନେକ ମାନ୍ୟତା ଏବଂ ରହସ୍ୟ ପାଇଁ ଜଣାଯାଏ । ଆଜି ମଧ୍ୟ ମନ୍ଦିର ଭିତରେ ଏମିତି ଅନେକ ଚମତ୍କାର ଘଟେ ଯାହାର ଉତ୍ତର ବିଜ୍ଞାନ ପାଖରେ ମଧ୍ୟ ନାହିଁ । ଏପରି ଏକ ରହସ୍ୟ ହେଉଛି ଶ୍ରୀମନ୍ଦିରର ପାହାଚ । ଯାହା ବିଷୟରେ ବହୁତ କମ୍ ଲୋକ ଜାଣିଥିବେ ।

Yam-Shila-in-Jagannath-Temple
Yam-Shila-in-Jagannath-Temple Photograph: (google)

ରହସ୍ୟମୟ ପୁରୀର ପାହାଚ : 

ପୁରାଣ ଅନୁସାରେ, ଜଗନ୍ନାଥଙ୍କ ଧାମକୁ ପୃଥିବୀର ସ୍ୱର୍ଗ ଅର୍ଥାତ୍ ବୈକୁଣ୍ଠ ଧାମ ବୋଲି କୁହାଯାଏ । ପ୍ରତ୍ୟେକ ମନ୍ଦିରରେ ଯେମିତି କିଛି ନା କିଛି ରହସ୍ୟ ରହିଛି ଠିକ୍ ସେମିତି ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ମଧ୍ୟ ଅନେକ ରହସ୍ୟ ରହିଛି । ଜଗନ୍ନାଥ ମନ୍ଦିରର ତୃତୀୟ ପାହାଚ ସହିତ ଜଡ଼ିତ ରହସ୍ୟ ଅନେକ ଲୋକ ଜାଣିନଥିବେ । ତେବେ ଆସନ୍ତୁ ପ୍ରଭୁଙ୍କ ଏହି ରହସ୍ୟମୟ ପାହାଚ ବିଷୟରେ ଜାଣିବାକୁ ଚେଷ୍ଟା କରିବା । 

yama-sila
yama-sila Photograph: (google)

ପୌରାଣିକ କଥା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭେଟିବା ପରେ ଲୋକେ ପାପରୁ ମୁକ୍ତ ହେବାକୁ ଲାଗିଲେ । ତାହା ଦେଖି ଯମରାଜ ଭଗବାନଙ୍କ ନିକଟକୁ ଯାଇ କହିଲେ, “ହେ ପ୍ରଭୁ , ଆପଣ ପାପରୁ ମୁକ୍ତି ପାଇବା ପାଇଁ ସରଳ ଉପାୟ ବାହାର କରିଦେଇଛନ୍ତି । ଆପଣଙ୍କ ଦର୍ଶନ ମାତ୍ରେ ଲୋକେ ପାପରୁ ସହଜରେ ମୁକ୍ତ ହେଉଛନ୍ତି ଏବଂ କେହି ବି ଯମଲୋକ ଯାଉନାହାନ୍ତି।” ଯମରାଜଙ୍କ କଥା ଶୁଣି କମଳାପତି କହିଲେ ‘‘ଆପଣ ମନ୍ଦିରର ମୁଖ୍ୟ ଦ୍ୱାରରେ ତୃତୀୟ ପାହାଚରେ ନିଜର ସ୍ଥାନ ଗ୍ରହଣ କରନ୍ତୁ, ଯାହାକୁ ଯମ ଶିଳା କୁହାଯିବ । ଯିଏ ମୋର ଦର୍ଶନ କରିବା ପରେ ସେହି ପାହାଚ ଉପରେ ପାଦ ରଖିବ ତାହାର ସମସ୍ତ ପୁଣ୍ୟ ଧୋଇଯିବ ଏବଂ ତାହାକୁ ଯମଲୋକ ଯିବାକୁ ପଡ଼ିବ ।’’ ଜଗନ୍ନାଥ ମନ୍ଦିରର ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରିବା ସମୟରେ ତଳପଟୁ ତୃତୀୟ ପାହାଚ ଉପରେ ଯମଶିଳା ଉପସ୍ଥିତ ଅଛି । ଦର୍ଶନ ପାଇଁ ମନ୍ଦିରରେ ପ୍ରବେଶ କରିବା ସମୟରେ ପାଦ ପାହାଚ ଉପରେ ରଖିବାକୁ ହେବ କିନ୍ତୁ ଦର୍ଶନ ପରେ ଫେରିବା ସମୟରେ ସେହି ପାହାଚ ଉପରେ ପାଦ ନ ରଖିବାକୁ ପରାମର୍ଶ ଦିଆଯାଏ । ଏହି ପାହାଚର ପରିଚୟ ବିଷୟରେ କହିବାକୁ ଗଲେ ଏହାର ରଙ୍ଗ କଳା ଏବଂ ବାକି ପାହାଚଠାରୁ ସମ୍ପୂର୍ଣ୍ଣ ଅଲଗା । ଶ୍ରୀମନ୍ଦିରରେ ମୋଟ ୨୨ ଟି ପାହାଚ ଅଛି ଯାହାକୁ ଦର୍ଶନ କରିବା ପରେ ତଳୁ ଆରମ୍ଭ ହେଉଥିବା ତୃତୀୟ ପାହାଚର ଧ୍ୟାନ ରଖିବାକୁ ହେବ ଏବଂ ତାହା ଉପରେ ଆପଣଙ୍କର ପାଦ ରଖିବା ଉଚିତ ନୁହେଁ ନଚେତ ଦର୍ଶନର ସମସ୍ତ ପୁଣ୍ୟ ଶୂନ୍ୟ ହୋଇଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe