ତୁମେ କଣ ରାଗିଛ କି? ହଉ ... କିଏ ଯଦି କିଛି ଭୁଲ୍ ତ୍ରୁଟି ଜାଣି ବା ଅଜାଣତରେ କରିଥିବ, ତାକୁ କ୍ଷମା ଦିଅ ।

କାହା ଅହଂକାରକୁ ଚୂନା କରିବା ଲାଗି ଏମିତି କରିଛ କି ? ପ୍ରଶାସନ ତ ଏମିତି ଭାବୁନି । ଓଲଟା ପ୍ରଶାସନ ଏହାକୁ ତୁମ ଲୀଳା ବୋଲି କହି ଉଡ଼ାଇଦେବାକୁ ଚେଷ୍ଟା କରିଛି । 

76ss

kanak news

କନକ ବ୍ୟୁରୋ: ଠାକୁରେ ! ତୁମେ କଣ ରାଗିଛ କି ? ତୁମେ କ’ଣ ଅଭିମାନ କରିଛ ? କାହା ଉପରେ ? ରଥଯାତ୍ରାରେ ତୁମ ହାବ ଭାବ, ଗତିବିଧି କିଛି ଠିକ୍ ଲାଗିଲାନି ତୁମେ ମନୁଆ, ଆମେ ଜାଣୁ... କିନ୍ତୁ ବଡ଼ ଠାକୁର ସିଂହଦ୍ବାରରୁ ରାଜନଅର ପର୍ଯ୍ୟନ୍ତ ଯେମିତି ଅଝଟ ହେଲେ, ସେଥିରୁ ଏମିତି ଅନୁଭବ ହେଉନାହିଁ ଯେ କେଉଁ ଭକ୍ତକୁ ଅପେକ୍ଷା କରି ଏମିତି ନାଟକ କରୁଛ । ବରଂ ଲାଗୁଥିଲା ସେ ଭୀଷଣ ବିରକ୍ତ ଅଛନ୍ତି । କାହା ଅହଂକାରକୁ ଚୂନା କରିବା ଲାଗି ଏମିତି କରିଛ କି ? ପ୍ରଶାସନ ତ ଏମିତି ଭାବୁନି । ଓଲଟା ପ୍ରଶାସନ ଏହାକୁ ତୁମ ଲୀଳା ବୋଲି କହି ଏଡ଼ାଇଦେବାକୁ ଚେଷ୍ଟା କରିଛି । 

dd
kanak news

କେଉଁଟା ଆଘାତ ଦେଲା ଜାଣିଛ ଠାକୁରେ । ତୁମେ ସିଂହଦ୍ବାରରେ ଅଟକିଗଲ ! ମାଆ ସୁଭଦ୍ରା ଓ ବଡ଼ଠାକୁର ଅଧାରାସ୍ତାରେ । ଥରେ ଭାବିଲ, ଯେଉଁମାନେ ମାଇଲ୍ ମାଇଲ୍ ରାସ୍ତା ଅତିକ୍ରମ କରି ତୁମ ରଥଦଉଡ଼ି ଟିକେ ଭିଡ଼ିବେ ବୋଲି ଭାବିଥିବେ, ସେମାନେ ତ ଏଥିରୁ ବଞ୍ଚିତ ହେଲେ ନା । ଦୁଇ ଦିନ ପୁରୀରେ ରହିବା ପାଇଁ ତାଙ୍କର କଣ ସାମର୍ଥ୍ୟ ଅଛି ?

Nandighosh
Nandighosh Photograph: (google)

କାହା ଉପରେ ରାଗୁଛ, ଆଉ କାହା ଉପରେ ଶୁଝାଉଛ?
ଏସବୁ ଆଦୌ ଠିକ୍ କରୁନ । ଏମିତିରେ ତ ନଅ ଦିନରୁ ଦିନେ ଏଇଠି ଗଲା ।

ତୁମ ପାଇଁ ଏସବୁ ନୁଆ କଥା ନୁହେଁ ଯେ । ଆଗରୁ ତ ତୁମର ଏମିତି କରିବା ଅଭ୍ୟାସ । ଛଳରେ ତୁମକୁ କେହି ପାରିବେନି । ହଁ ହଁ…ମନେ ପଡ଼ିଗଲା । ଗଜପତି ମହାରାଜା ଏବେ ଏବେ ଆମକୁ ସାକ୍ଷାତାକାରରେ କହୁଥିଲେ ଯେ ବଡ଼ ଠାକୁର ପଡ଼ିଯିବା କୁଆଡ଼େ ଗୋଟିଏ ବଡ଼ ସଙ୍କେତ ଥିଲା । କାହାକୁ ପାନେ ଦେବାକୁ... ହେଲେ, ତୁମେ ଏମିତି କୁଆଡ଼େ ସବୁ ଗୋଳମାଳିଆ ସ୍ଥିତି ତିଆରି କର । ଆମେ ଅବିଶ୍ବାସ କଲୁନି । କାରଣ ତୁମ ଭାଇ -ଉଉଣୀ ଏଥିରେ ମାହିର୍ । 

Mahaprabhu
Mahaprabhu Photograph: (Google)

ମନଟା ଭାରି ଭାରି ଲାଗୁଛି ମ ! ହେଲେ, କହିଲ ଦେଖି ସରକାର, ପ୍ରଶାସନ, ସେବକ ତୁମ ଇଙ୍ଗିତ କଣ ବୁଝିପାରୁନାହାନ୍ତି ? ତୁମକୁ ସେମାନେ ବେଖାତିର୍ କରୁଛନ୍ତି କି ? ଠାକୁରେ, ତୁମେ ଏତେ ରାଗ, ରୁଷା କରନି । 

ବଡ଼ ଠାକୁରଙ୍କୁ ଦେଖିଲେ ଡର ଲାଗୁଛି । ସେ ଏମିତିରେ ବି ପ୍ରଚଣ୍ଡ ରାଗୀ। ଆଉ ଯେତେବେଳେ ବଡ଼ଦାଣ୍ଡରେ ପ୍ରଶାସନକୁ ହଲାପଟା କରୁଥିଲେ, ମନଭିତରର ଭୟ ଦ୍ବିଗୁଣିତ ହେଉଥିଲା । କିନ୍ତୁ ତୁମର ତ ଧୈର୍ଯ୍ୟ ଅସୀମ ନା । ଟିକେ ବଡ଼ଠାକୁରଙ୍କୁ ବୁଝାଇ ଦେଉନ। ନହେଲେ ଏମିତି କିଛି କର ଯେମିତି ସେ ମାନିଯିବେ । ଭାଇ-ଭଉଣୀ କଥାବାର୍ତ୍ତା ହୋଇ ଏମିତି କରୁନ ତ ! ସବୁବେଳେ ଛଳ, କପଟ କାହିଁକି କର । ଜନ୍ମବେଦିରେ ତୁମ ଦର୍ଶନ କରିବାକୁ ଭକ୍ତ ତୁମର ଆତୁର । ଏକଥା କଣ ତୁମକୁ କହିବାକୁ ପଡ଼ିବ ?

devotee
devotee Photograph: (google)

ସେ ଫଣ ଫଣ ମୁହଁ ଆଉ କରନି । ଟିକେ ହସିଲ...  
ହଉ ... କିଏ ଯଦି କିଛି ଭୁଲ୍ ତ୍ରୁଟି ଜାଣି ବା ଅଜାଣତରେ କରିଥିବ, ତାକୁ କ୍ଷମା ଦିଅ । 
ଏତେ ଆଉ ସବୁକଥାକୁ ଧରିବସନି । 
ତୁମର କରୁଣା ସାମାନ୍ୟ ଊଣା ହେଲେ ଜଗତ ସତ୍ତା ହରାଇବ ଠାକୁରେ । 
ତୁମ ନିରବତାର ଶବ୍ଦ ପ୍ରଚଣ୍ଡ ହେଲାଣି । 
ଏବେ ପାଇଁ ସେତିକି ଥାଉ !

ଜୟ ଜଗନ୍ନାଥ ! ଜୟ ଜଗନ୍ନାଥ!!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe