କନକ ବ୍ୟୁରୋ : ମହାପ୍ରସାଦ ହେବ ରସାୟନମୁକ୍ତ, ବ୍ୟବହାର ହେବ ଜୈବିକ ଚାଉଳ । ମହାପ୍ରସାଦର ଗରିମା ଓ ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଆଡ଼ପ ମଣ୍ଡପରେ ପ୍ରାୟ ୫ ଦିନ ଅନ୍ନ ମହାପ୍ରସାଦ ଲାଗିହେବ । ପ୍ରତ୍ୟେକ ଦିନ କୋଠଭୋଗ ପାଇଁ ଅନ୍ନ ଓ ବିଭିନ୍ନ ପିଠା ପ୍ରସ୍ତୁତ କରିବାକୁ ପ୍ରାୟ ୮୦ କିଲୋ ଚାଉଳ ବ୍ୟବହାର ହୁଏ । କୋରାପୁଟର ପ୍ରଗତି ସଂସ୍ଥା ଏଥିପାଇଁ ଜୈବିକ ଚାଉଳର ୬ଟି ନମୁନା ପଠାଇଥିଲା । ଏସବୁ ହେଲା ବାସୁଭୋଗ, କଳାଜିରା, ମଲ୍ଲୀ, ବାସନ୍ତୀ ଚୁଡ଼ି, ହଳଦୀ ଚୁଡ଼ି ଓ ବିରୋଧାନ । କଳାଜିରାକୁ କୋଠଭୋଗ ମହାପ୍ରସାଦ ପାଇଁ ବ୍ୟବହାର କରିବା ଲାଗି ନିଷ୍ପତ୍ତି ହୋଇଛି । 

Advertisment

ଆଗକୁ ଭୋଗ ମଣ୍ଡପରେ ମଧ୍ୟ  ଜୈବିକ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ମହାପ୍ରଭୁଙ୍କୁ ଲାଗିହେବ । ୫୦ ବର୍ଷ ତଳେ ଏହି ବ୍ୟବସ୍ଥା ଥିଲା । ରସାୟନମୁକ୍ତ ଚାଉଳ, ଡାଲି ଓ ପନିପରିବାରେ ମହାପ୍ରସାଦ ପ୍ରସ୍ତୁତ ହେଉଥିଲା । ୫୦ ବର୍ଷ ପରେ ପୁଣି ସେହି ବ୍ୟବସ୍ଥା ଫେରିବ । ସୁଲଭ ଦରରେ ଭକ୍ତ ଏହା ପାଇବେ । ସରକାରଙ୍କ ପକ୍ଷରୁ ଆସିଥିବା ଏହି ପ୍ରସ୍ତାବ ଜୈବିକ ପଦ୍ଧତିରେ ଚାଷ କରୁଥିବା ଚାଷୀମାନଙ୍କ ପାଇଁ ସହାୟକ ହେବ । ରସାୟନମୁକ୍ତ ଚାଉଳ ଓ ପନିପରିବା ସ୍ବାସ୍ଥ୍ୟ ପାଇଁ ଭଲ ।