କନକ ବ୍ୟୁରୋ : ରହସ୍ୟରେ ଭରା ବ୍ରହ୍ମାଣ୍ଡର ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର । ଯେଉଁଠି ପର୍ବପର୍ବାଣୀଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ବେଶପୋଷାକ ମଧ୍ୟ କାହାଣୀ କହେ । ଶ୍ରୀମନ୍ଦିର ପରିସରରେ ଏକ ବହୁତ ବଡ଼ କୂଅ ମଧ୍ୟ ରହିଛି । ଏହି କୂଅକୁ କିଏ ନିର୍ମାଣ କରିଛନ୍ତି ତାହା କେହି ଜାଣିନାହାନ୍ତି । କୂଅର ଉପରିଭାଗରେ ଘୋଡ଼ାଯାଉଥିବା ଢ଼ାଙ୍କୁଣୀର ଓଜନ ହିଁ ଦେଢ଼ରୁ ୨ ଟନ୍ ହେବ । କେବଳ ଖାସ୍ ମୂହୁର୍ତ୍ତରେ ହିଁ ଏହି କୂଅର ଢ଼ାଙ୍କୁଣୀକୁ ଖୋଲା ଯାଇଥାଏ । ଏହି କୂଅରେ ରାଜା ଇନ୍ଦ୍ରଦ୍ୟୁମ୍ନ ସୁନାର ଇଟା ଲଗାଇଥିଲେ ଯାହାର ପ୍ରମାଣ ଆଜି ମଧ୍ୟ କୂଅର ଢ଼ାଙ୍କୁଣୀ ଖୋଲିଲେ ସ୍ପଷ୍ଟ ରୂପେ ଦେଖିବାକୁ ମିଳିଥାଏ ।
/kanak/media/media_files/2025/06/17/0zuVjrgtSyZ7Okd293rN.jpg)
ଶ୍ରୀଜଗନ୍ନାଥ ମନ୍ଦିରର ସୁନା କୂଅ ବର୍ଷକୁ ଥରେ ମାତ୍ର ଖୋଲାଯାଏ । ଆଷାଢ଼ ମାସ ପୂର୍ଣ୍ଣିମାରେ ଖୋଲେ ସୁନା କୂଅ । ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଏହି କୂଅରୁ ଆସେ ୧୦୮ ଗରା ପାଣି ଏବଂ ସ୍ନାନ କରନ୍ତି ଶ୍ରୀଜିଉ । ଏହି କୂଅର ଦେଖାଶୁଣା କରିବାରେ ଯେଉଁ ବ୍ୟକ୍ତି ନିଯୁକ୍ତ ହୁଅନ୍ତି ତାଙ୍କୁ ସୁନା ଗୋସାଇଁ ବୋଲି କୁହାଯାଏ । କୂଅର ଢ଼ାଙ୍କୁଣୀ ହଟାଇବା ପାଇଁ ୧୨ ରୁ ୧୫ ଜଣ ସେବାୟତଙ୍କ ସାହାଯ୍ୟ ନେବାକୁ ପଡ଼େ ।