କନକ ବ୍ୟୁରୋ : ରହସ୍ୟରେ ଭରା ବ୍ରହ୍ମାଣ୍ଡର ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର । ଯେଉଁଠି ପର୍ବପର୍ବାଣୀଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ବେଶପୋଷାକ ମଧ୍ୟ କାହାଣୀ କହେ । ପୁରୀ ଜଗନ୍ନାଥ ମନ୍ଦିରରେ ଚାରୋଟି ମୁଖ୍ୟ ଦ୍ବାର ରହିଛି । ଯାହାକୁ ସିଂହଦ୍ବାର, ହସ୍ତି ଦ୍ବାର,ବ୍ୟାଘ୍ର ଦ୍ବାର ଏବଂ ଅଶ୍ବ ଦ୍ବାର ବୋଲି କୁହାଯାଏ । ଏହି ଚାରିଦ୍ବାରର କବାଟକୁ ସତ୍ୟ ଯୁଗ,ତ୍ରେତୟା ଯୁଗ,ଦ୍ବାପର ଯୁଗ ଏବଂ କଳି ଯୁଗର ପ୍ରତିନିଧି ବୋଲି ମଧ୍ୟ କୁହାଯାଏ । 

Advertisment
jagannath-puri-madir
jagannath-puri-madir Photograph: (google)

ସିଂହ ଦ୍ବାର : ଶ୍ରୀମନ୍ଦିରର ମୁଖ୍ୟଦ୍ବାର ସିଂହଦ୍ବାର ଯେଉଁଠି ଜୟ ଏବଂ ବିଜୟ ବିରାଜମାନ , ଯିଏ ଭଗବାନ ଶ୍ରୀହରିଙ୍କ ଦ୍ବାରପାଳ । ଏହି ଦ୍ବାରରେ ଗରୁଡ଼ ଦେବ ମଧ୍ୟ ବିଦ୍ୟମାନ ଅଛନ୍ତି । ପୂର୍ବ ଦିଗରେ ସ୍ଥିତ ସିଂହ ଦ୍ବାରରେ ଅରୁଣ ସ୍ତମ୍ଭ ବିଦ୍ୟମାନ । ଏହି ଦ୍ବାରକୁ ମୋକ୍ଷର ପ୍ରତୀକ ବୋଲି ମଧ୍ୟ କୁହାଯାଏ । 

ହସ୍ତି ଦ୍ବାର : ଶ୍ରୀମନ୍ଦିରର ହସ୍ତି ଦ୍ବାରରେ ଅଗ୍ରପୂଜ୍ୟ ଗଜାନନ ବିରାଜମାନ । ପଶ୍ଚିମ ଦିଗରେ ସ୍ଥିତ ଏହି ଦ୍ବାର ଏକଦନ୍ତଙ୍କୁ ସମର୍ପିତ । ଏହି ଦ୍ବାର ସମୃଦ୍ଧିକୁ ସୂଚାଏ । 

4 dwar
4 dwar Photograph: (google)

ଅଶ୍ବ ଦ୍ବାର : ବଡ଼ଦେଉଳର ଦକ୍ଷିଣ ଦିଗରେ ସ୍ଥିତ ଅଶ୍ବ ଦ୍ବାରକୁ ବିଜୟର ପ୍ରତୀକ ବୋଲି ମନେ କରାଯାଏ । ଏହି ଦିଗରେ ଅଶ୍ବ (ଘୋଡ଼ା) ଦଣ୍ଡାୟମାନ ହୋଇ ରହିଛନ୍ତି । ପ୍ରାଚୀନ କାଳରେ ଯୋଦ୍ଧା ଏହି ଦ୍ବାରର ବ୍ୟବହାର ବିଜୟର କାମନା ପାଇଁ କରୁଥିଲେ । ଏହି ଦ୍ବାର ଜ୍ଞାନ,ତପସ୍ୟା ଏବଂ ତେଜର ପ୍ରତୀକ ।   

ବ୍ୟାଘ୍ର ଦ୍ବାର : ମନ୍ଦିରର ଚତୁର୍ଥ ଦ୍ବାର ହେଉଛି ବ୍ୟାଘ୍ର ଦ୍ବାର , ଯାହାର ଦ୍ବାରପାଳ ବ୍ୟାଘ୍ର । ଏହି ଦ୍ବାର ପ୍ରଭୁ ନୃସିଂହନାଥଙ୍କୁ ସମର୍ପିତ । ଦକ୍ଷିଣ ଦିଗ ଯମଙ୍କ ଦିଗ ବୋଲି ମାନ୍ୟତା ଥିବାରୁ ନୃସିଂହ ଅବତାର ଅଧର୍ମ ଏବଂ ମୃତ୍ୟୁ ଉପରେ ବିଜୟର ପ୍ରତୀକ ବୋଲି ମନେ କରାଯାଏ ।  

jaga
jaga Photograph: (google)

ତେବେ ଶ୍ରୀମନ୍ଦିରରେ ଚାରିଦ୍ବାର ଥିଲେ ହେଁ ମହାପ୍ରଭୁ ରଥଯାତ୍ରା ସମୟରେ କେବଳ ସିଂହଦ୍ବାରରୁ ହିଁ ରତ୍ନବେଦୀକୁ ବିଜେ କରିଥା’ନ୍ତି ଏବଂ ରଥଯାତ୍ରା ଶେଷ ହେଲେ ମୁଖ୍ୟଦ୍ବାରରୁ ହିଁ ରତ୍ନବେଦୀରୁ ଜନ୍ମବେଦୀକୁ ବାହୁଡ଼ିଥା’ନ୍ତି ।