ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଭିତରେ କେମିତି ଅଟକେ ରଥ? ଜାଣନ୍ତୁ...

Advertisment

ବଡ଼ବଡ଼ ରଥ ଭକ୍ତଙ୍କ ଭିଡ଼ ଭିତରେ କେମିତି ଅଟକେ? ଏଥିପାଇଁ ରଥରେ ବ୍ୟବହାର ହୁଏ ବ୍ରେକ୍‌ । ବ୍ରେକ୍‌ ଓ ବ୍ରେକ୍‌ରେ ବ୍ୟବହୃତ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଏମ୍‌ସିଏଲ୍‌ର ପୂର୍ବତନ କର୍ମଚାରୀ ଜଗୁ ବେନିଆଁ, ଇଞ୍ଜିନିୟର ଅଶ୍ବିନୀ ମିଶ୍ର ଏବଂ ତାଙ୍କ ଟିମ୍‌ ।

ବଡ଼ବଡ଼ ରଥ ଭକ୍ତଙ୍କ ଭିଡ଼ ଭିତରେ କେମିତି ଅଟକେ? ଏଥିପାଇଁ ରଥରେ ବ୍ୟବହାର ହୁଏ ବ୍ରେକ୍‌ । ବ୍ରେକ୍‌ ଓ ବ୍ରେକ୍‌ରେ ବ୍ୟବହୃତ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଏମ୍‌ସିଏଲ୍‌ର ପୂର୍ବତନ କର୍ମଚାରୀ ଜଗୁ ବେନିଆଁ, ଇଞ୍ଜିନିୟର ଅଶ୍ବିନୀ ମିଶ୍ର ଏବଂ ତାଙ୍କ ଟିମ୍‌ ।

Ratha

Photograph: (kanaknews)

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ମଝିରେ ଆଉ ଦୁଇଦିନ । ଶୁକ୍ରବାର ଦିନ ଘରଘର ନାଦରେ ଗଡ଼ିବ ମହାବାହୁଙ୍କ ରଥ । ରତ୍ନବେଦୀରୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ବିଗ୍ରହ । ବଡ଼ଦାଣ୍ଡରୁ ବିଶ୍ୱ ଦେଖିବ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ । ଏଥିପାଇଁ ପ୍ରସ୍ତୁତି ପଥରେ ରଥ । ତେବେ ବଡ଼ଦାଣ୍ଡରେ ଗଡ଼ୁଥିବା ମହାପ୍ରଭୁଙ୍କ ରଥ କେମିତି ହୁଏ ନିୟନ୍ତ୍ରଣ । ଏତେ ବଡ଼ବଡ଼ ରଥ ଭକ୍ତଙ୍କ ଭିଡ଼ ଭିତରେ କେମିତି ଅଟକେ? ଏଥିପାଇଁ ରଥରେ ବ୍ୟବହାର ହୁଏ ବ୍ରେକ୍‌ । ବ୍ରେକ୍‌ ଓ ବ୍ରେକ୍‌ରେ ବ୍ୟବହୃତ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଏମ୍‌ସିଏଲ୍‌ର ପୂର୍ବତନ କର୍ମଚାରୀ ଜଗୁ ବେନିଆଁ, ଇଞ୍ଜିନିୟର ଅଶ୍ବିନୀ ମିଶ୍ର ଏବଂ ତାଙ୍କ ଟିମ୍‌ । ୨୦୦୮ ପୂର୍ବରୁ ରଥ ଟଣା ବେଳେ ରଥ ଗତିରେ ନିୟନ୍ତ୍ରଣ ରହୁ ନଥିଲା । ଏହାକୁ ଦେଖି ଅଶ୍ବିନୀ ମିଶ୍ର ପୁରୀ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ । ରଥରେ ନୂତନ ଜ୍ଞାନକୌଶଳରେ ତିଆରି ବ୍ରେକ୍‌ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଥିଲେ । ସେଥିପାଇଁ ଅନୁମତି ମିଳିବା ପରେ ବ୍ରଜରାଜନଗର ସ୍ଥିତ କୋଇଲା ଖଣିର ସହକର୍ମଚାରୀ ଜଗୁ ବେନିଆଁ ଓ ଅନ୍ୟ ସାଥିମାନେ ମିଶି ଶ୍ରୀଜିଉଙ୍କ ରଥ ପାଇଁ ତିଆରି କରି ଆସୁଛନ୍ତି ବ୍ରେକ । ବ୍ରେକରେ ବ୍ୟବହାର ହେଉଥିବା ନାଇଲନ ରବର ବେଲ୍ଟ ରାସ୍ତାରେ ଘର୍ଷଣ ହୋଇ ରଥର ଗତିକୁ ନିୟନ୍ତ୍ରଣ କରିଥାଏ । ବଡ଼ ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସେବା ପ୍ରଦାନ କରି ଅପୂର୍ବ ଆନନ୍ଦ ଓ ଶାନ୍ତି ମିଳୁଥିବା କହିଛନ୍ତି ଜଗୁ ଓ ଅଶ୍ୱିନୀ ।

ଭିଡ଼ରେ କେମିତି ଅଟକେ ରଥ?
ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ରଥରେ ଲାଗେ ବ୍ରେକ୍‌ 
ବ୍ୟବହାର ହୁଏ ବିଭିନ୍ନ ପ୍ରକାର କଣ୍ଟା, ୱାସର୍‌ ଓ ନାଇଲନ୍‌ ରବର ବେଲ୍ଟ
ବ୍ରଜରାଜନଗର ସାନଯୋବ କମାର ଶାଳରେ ତିଆରି ହୁଏ ରଥ ବ୍ରେକ୍‌ 
ତିନି ରଥ ପାଇଁ ଆବଶ୍ୟକ ମୋଟ ୩୬ ଖଣ୍ଡ ବେଲ୍ଟ 
ପ୍ରତି ବେଲ୍ଟର ଲମ୍ବ ୧ଫୁଟ, ଚଉଡ଼ା ୯ଇଞ୍ଚ, ମୋଟା ୧୬ମିଲିମିଟର
୧୫ କେଜି ନିହାଣ କଣ୍ଟା, ୫କେଜି ଜୁଖିଆ କଣ୍ଟା ଓ ୩କେଜି ୱାସର୍‌ ଆବଶ୍ୟକ 
ପ୍ରାୟ ୧୬ ବର୍ଷ ହେବ ମହାପ୍ରଭୁଙ୍କ ରଥରେ ବ୍ୟବହାର ହେଉଛି ବ୍ରେକ୍‌ 
ରଥରେ ବ୍ରେକ୍‌ ଲଗାଇବା ନେଇ ୨୦୦୮ରେ ଦିଆଯାଇଥିଲା ପ୍ରସ୍ତାବ
ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ ଏମ୍‌ସିଏଲ୍‌ ଅଶ୍ୱିନୀ ମିଶ୍ର
ଅନୁମତି ମିଳିବା ପରଠୁ ବ୍ରେକ୍‌ ତିଆରି କରୁଛନ୍ତି ଅଶ୍ୱିନୀ ଓ ଜଗୁ ବେନିଆଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe