କନକ ବ୍ୟୁରୋ : ରଥଯାତ୍ରାକୁ ଆଉ ବେଶୀ ଦିନ ନାହିଁ । ବିଶ୍ବପ୍ରସିଦ୍ଧ ଯାତ୍ରା ଲାଗି ସବୁ ପ୍ରକାର ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ଗତକାଲି ଉଚ୍ଚ କ୍ଷମତାସମ୍ପନ୍ନ ମନ୍ତ୍ରୀସ୍ତରୀୟ କମିଟି ଗଠିତ ହୋଇଛି । ରଥଯାତ୍ରା ପରିଚାଳନା ନେଇ ଏହି କମିଟି ଅନୁଧ୍ୟାନ କରିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କମିଟିର ଅଧ୍ୟକ୍ଷ ଅଛନ୍ତି । ତାଙ୍କ ସହ ଆଉ ୪ ମନ୍ତ୍ରୀ ବି କମିଟିରେ ରହିଛନ୍ତି । ସେପଟେ ଛତିଶା ନିଯୋଗ ସହ ପୁରୀ ଏସ୍ପି ବି ବୈଠକ କରିଛନ୍ତି । ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ନେଇ ଏହି ବୈଠକରେ ଆଲୋଚନା ହୋଇଛି ।
ରଥଯାତ୍ରାକୁ ଦଳାଚକଟା ଡର
ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଦଳାଚକଟା ଭୟ
କୁମ୍ଭମେଳା ଦଳାଚକଟା ପରେ ଡର ପଶିଛି
ବେଙ୍ଗାଲୁରୁରେ ବି ଦଳାଚକଟା ହୋଇଥିଲା
ଅଧିକ ଶ୍ରଦ୍ଧାଳୁ ଆସିଲେ କ’ଣ କରାଯିବ?
କେମିତି ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦିଆଯିବ?
ସରକାର-ପୁରୀ ପ୍ରଶାସନ ବିଚାର ବିମର୍ଶ
ରଥଯାତ୍ରାରେ ଅଘଟଣ ଏଡ଼ାଇବାକୁ ଆଲୋଚନା
ଶ୍ରଦ୍ଧାଳୁଙ୍କ ସୁରକ୍ଷା ସରକାର ପାଇଁ ପ୍ରାଥମିକତା
ସରକାର ଆଣିପାରନ୍ତି ସ୍ବତନ୍ତ୍ର ‘ଏସ୍ଓପି’
ଗତବର୍ଷ ତୁଳନାରେ ୧୦ଗୁଣ ସୁରକ୍ଷା ବଢ଼ିବ
୨୫୦ ପ୍ଲାଟୁନ୍ ପୁଲିସ ମୁତୟନ ହୋଇପାରନ୍ତି
ଅଧିକ ପାରା ମିଲିଟାରି ଫୋର୍ସ ଲାଗି ଚିଠି
କେନ୍ଦ୍ର ଗୃହ ବିଭାଗର ସହଯୋଗ ଲୋଡ଼ିଲା ରାଜ୍ୟ
ଅଧିକ ଡଗ୍ ସ୍କ୍ବାଡ୍, ବମ୍ ସ୍କ୍ବାଡ୍ ମୁତୟନ ହେବେ
ରଥଯାତ୍ରା ପରିଚାଳନା କମିଟି
ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ବ୍ୟବସ୍ଥିତ ରଥଯାତ୍ରା ଲାଗି ବନ୍ଦୋବସ୍ତ
ଗଢ଼ାହେଲା ରଥଯାତ୍ରା ପରିଚାଳନା କମିଟି
ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ସରକାର
ଆଇନ୍ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କମିଟି ଅଧ୍ୟକ୍ଷ
କମିଟିରେ ୪ ବିଭାଗର ମନ୍ତ୍ରୀ ସାମିଲ୍
ଆଇନ୍, ସ୍ବାସ୍ଥ୍ୟ, ପରିବହନ ମନ୍ତ୍ରୀ ରହିଲେ
ନଗର ଉନ୍ନୟନ ମନ୍ତ୍ରୀ କମିଟିରେ ଅଛନ୍ତି
ଆଇନ୍ ବିଭାଗ ପ୍ରମୁଖ ସଚିବ କମିଟିର ଆବାହକ
ରଥଯାତ୍ରା ପରିଚାଳନା କରିବ ଏହି କମିଟି
ଉଚ୍ଚସ୍ତରୀୟ କମିଟି ସବୁକିଛି ମନିଟରିଂ କରିବ
ସାଆନ୍ତେଙ୍କ ପାଇଁ ସୁରକ୍ଷା କଡ଼ାକଡ଼ି
ଅପରେସନ୍ ସିନ୍ଦୂର ପରେ ବଡ଼ ଧାର୍ମିକ ସମାବେଶ
ଆତଙ୍କବାଦ କାର୍ଯ୍ୟକଳାପକୁ ନଜର ରଖାଯାଇଛି
ସ୍ନାନଯାତ୍ରା ପୂର୍ବରୁ ହୋଟେଲ୍, ଲଜିଂ ଚେକିଂ ହେବ
ସବୁ ବସ୍ତିରୁ ତଥ୍ୟ ସଂଗ୍ରହ କରିବ ପୁଲିସ ଟିମ୍
କେଉଁମାନେ ଆଶ୍ରୟ ନେଇଛନ୍ତି ତଥ୍ୟ ଯୋଗାଡ଼ିବ
ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ପୁଲିସର ନଜର
ପାକିସ୍ତାନୀ ଗୁଇନ୍ଦା କାର୍ଯ୍ୟକଳାପ ସ୍କାନରରେ
ଜ୍ୟୋତି ମଲହୋତ୍ରା ଆସିଥିବାରୁ ସୁରକ୍ଷା ଜୋର
ପାକିସ୍ତାନୀ ଗୁଇନ୍ଦା ଅଭିଯୋଗରେ ଜ୍ୟୋତି ଜେଲ୍ରେ
ପୁରୀର ଯୁବତୀଙ୍କ ସହ ଜ୍ୟୋତି ଯୋଗାଯୋଗରେ ଥିଲା
ଶ୍ରୀମନ୍ଦିର ଭିତରକୁ ବି ଯାଇଥିଲା ଜ୍ୟୋତି ମଲହୋତ୍ରା
ପୁରୀକୁ ଜଗିବ ଉଚ୍ଚ କ୍ଷମତାସମ୍ପନ୍ନ ଡ୍ରୋନ୍
ଡ୍ରୋନ୍ ଯୋଗେ ଆକାଶମାର୍ଗରୁ ସୁରକ୍ଷା ଯାଞ୍ଚ ହେବ
ଉଚ୍ଚ କ୍ଷମତାସମ୍ପନ୍ନ ‘ଏଆଇ’ କ୍ୟାମେରା ଲାଗିବ
ପୁରୀ ସହର, ପ୍ରବେଶ, ପ୍ରସ୍ଥାନରେ ଲାଗିବ କ୍ୟାମେରା
୧୦୦୦ ସିସିଟିଭି କ୍ୟାମେରା ଲାଗିବା ନେଇ ପ୍ରସ୍ତୁତି
ପୁରୀ ସହରକୁ ଜଗିବେ ଏନ୍ଏସ୍ଜି ସୁରକ୍ଷା ବାହିନୀ
ପୁରୀ, ଭୁବନେଶ୍ବର ରେଳ ଷ୍ଟେସନ୍ରେ ସୁରକ୍ଷା ବଢ଼ିବ
ଭୁବନେଶ୍ବର ବିମାନ ବନ୍ଦରରେ ବି ସୁରକ୍ଷା ଜୋର ହେବ
କଟକ, ବ୍ରହ୍ମପୁର ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ୍ ବି ସ୍କାନରରେ
ପାରାଦୀପରୁ ପୁରୀ ଜଳପଥ ସୁରକ୍ଷା କଡ଼ାକଡ଼ି ହେବ
ପୁରୀ ସମୁଦ୍ରରେ ଜଗିବେ ସ୍ବତନ୍ତ୍ର ସୁରକ୍ଷା ବାହିନୀ
ନୌସେନା ପକ୍ଷରୁ ତଟରକ୍ଷୀ ସୁରକ୍ଷା ବାହିନୀ ଜଗିବେ
ସନ୍ଦିଗ୍ଧ କାର୍ଯ୍ୟକଳାପକୁ ଚେକ୍ ଦେବାକୁ ରଣନୀତି
ସେବାୟତଙ୍କ ସହଯୋଗ ଲୋଡ଼ିଲା ପୁଲିସ
ଶୁକ୍ରବାର ବସିଥିଲା ପୁଲିସ-ଛତିଶା ନିଯୋଗ ବୈଠକ
ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ଉପରେ ଆଲୋଚନା
ଏସ୍ପି ବିନୀତ ଅଗ୍ରୱାଲ୍ ବୈଠକରେ ଉପସ୍ଥିତ ଥିଲେ
ସ୍ନାନଯାତ୍ରାରୁ ନିଳାଦ୍ରି ବିଜେ ସୁରୁଖୁରରେ ହେବ
ଗତବର୍ଷର ସମସ୍ୟା ଏଥର ନହେବାକୁ ଆଲୋଚନା
ଗତ ବର୍ଷ ପହଣ୍ଡିରେ ପଡ଼ି ଯାଇଥିଲେ ବଡ଼ ଠାକୁର
ପହଣ୍ଡିରେ ଦକ୍ଷ ଓ ଯୁବ ସେବାୟତ ସାମିଲ୍ ହେବେ
ଶୃଙ୍ଖଳିତ ନୀତିକାନ୍ତି ଓ ସୁରକ୍ଷିତ ପରିଚାଳନା ହେବ
ଚାରମାଳ ବନ୍ଧା ହେବା ପରେ ସୁରକ୍ଷା ଯାଞ୍ଚ କରାଯିବ
ବାଡ଼ଗ୍ରାହୀ ଓ ବରିଷ୍ଠ ଅଧିକାରୀ ଯାଞ୍ଚ କରିବେ
ପାଳିଆ ସେବାୟତ ସହଜରେ ପ୍ରବେଶ କରିପାରିବେ
ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କୁ ଭଲରେ ଦର୍ଶନ କରିବେ
ଶ୍ରଦ୍ଧାଳୁଙ୍କୁ ସୁବିଧାରେ ମିଳିବ ପାରମାଣିକ ଟିକେଟ୍
ରଥଯାତ୍ରା ବେଳେ ଶରଧାବାଲିରେ ବେପାର ବନ୍ଦ
ସେବାୟତଙ୍କ ଜାତାୟତ, ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଜୋର
ଆଡ଼ପ ଅବଢ଼ା ବାହାରିବା ବେଳେ ସମସ୍ୟା ହେବନି
‘ଆପ୍’ କହିବ କ’ଣ ଚାଲିଛି?
ରଥଯାତ୍ରା ପୂର୍ବରୁ ‘ଶ୍ରୀଜଗନ୍ନାଥ ଧାମ’ ଆପ୍ ଲଞ୍ଚ
ଭକ୍ତ ଓ ପର୍ଯ୍ୟଟକଙ୍କୁ ସୂଚନା ଦେବାପାଇଁ ସୁବିଧା
ସ୍ବତନ୍ତ୍ର ଆପ୍ ଲଞ୍ଚ କରିଛି ପୁରୀ ଜିଲ୍ଲା ପ୍ରଶାସନ
ଶ୍ରୀମନ୍ଦିର ନୀତିକାନ୍ତିର ସୂଚନା ପାଇବେ ଶ୍ରଦ୍ଧାଳୁ
ନୀତିର ତାରିଖ ଓ ସମୟ ସହ ମହାପ୍ରସାଦ ସୂଚନା ମିଳିବ
ଆଳତି, ଦର୍ଶନ, ପର୍ବପର୍ବାଣୀର ସବିଶେଷ ସୂଚନା ମିଳିବ
ଭକ୍ତ ନିବାସ ସମ୍ପର୍କିତ ସମସ୍ତ ତଥ୍ୟ ବି ମିଳିପାରିବ
ନିକଟସ୍ଥ ପାର୍କିଂ, ଲକର୍ ଓ ଜୋତା ଷ୍ଟାଣ୍ଡ ମିଳିପାରିବ
ବିଚ୍ ଲାଇଫ୍ ଗାର୍ଡ, ଏଟିଏମ୍, ରୁଟ୍ ମ୍ୟାପ୍ ସୂଚନା ପାଇବେ
ପାଣି, ଟଏଲେଟ୍, ଲଷ୍ଟ ଆଣ୍ଡ ଫାଉଣ୍ଡ ପଏଣ୍ଟ ତଥ୍ୟ ମିଳିବ