କନକ ବ୍ୟୁରୋ : ପୂର୍ବରୁ ମହାପ୍ରଭୁଙ୍କ ମୋଦକ ଚୋରି ଅଭିଯୋଗ ଆଣିଥିବା ହଳଧର ଦାସମହାପାତ୍ରଙ୍କ ୟୁ ଟର୍ଣ୍ଣ । ସେବାୟତ ମିଛ କହୁଥିବା ନେଇ ଆରମ୍ଭରୁ ମନ୍ତବ୍ୟ ପରେ ସ୍ବର ବଦଳାଇଛନ୍ତି ହଳଧର । ପ୍ରଶାସନକୁ ସେ କ୍ଳିନଚିଟ୍ ଦେଇଛନ୍ତି । ପ୍ରଶାସନର କୌଣସି ଦୋଷ ନାହିଁ । କବିରାଜ ସେବକମାନେ ଶ୍ରୀମନ୍ଦିର ଗାରଦରେ ୩୧୩ ମୂର୍ତ୍ତି ଅମୁଣିଆ ମୋଦକ ଜିମା ଦେଇଥିଲେ । କମାଣ୍ଡର ଏହାକୁ ଛୁଅନ୍ତି ନାହିଁ । ପରେ ଅନ୍ୟ ସେବକ ଆସି ମୋଦକ ନେଇଥିଲେ । ଆଉ ସେଥିରୁ ୭୦ କମ ବାହାରିଥିଲା ଅର୍ଥାତ୍ ୩୧୩ରୁ ୨୪୩ ମୂର୍ତ୍ତି ଅମୁଣିଆ ମୋଦକ ଥିଲା । ତେବେ କିଏ ଚୋରୀ କରିଛି ସେନେଇ କିଛି ସ୍ପଷ୍ଟ କରିନାହାନ୍ତି ହଳଧର ଦାସ । ପୂର୍ବରୁ ମୋଦକ ଚୋରି ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ହଳଧର ।
ମହାପ୍ରଭୁଙ୍କ ମୋଦକ ଚୋରି ଘଟଣା : ଅଭିଯୋଗ ଆଣିଥିବା ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ରଙ୍କ ୟୁ ଟର୍ଣ୍ଣ
ପ୍ରଶାସନର କୌଣସି ଦୋଷ ନାହିଁ । କବିରାଜ ସେବକମାନେ ଶ୍ରୀମନ୍ଦିର ଗାରଦରେ ୩୧୩ ମୂର୍ତ୍ତି ଅମୁଣିଆ ମୋଦକ ଜିମା ଦେଇଥିଲେ । କମାଣ୍ଡର ଏହାକୁ ଛୁଅନ୍ତି ନାହିଁ ।
/kanak/media/media_files/2025/06/25/hala-2025-06-25-08-06-39.jpg)