କନକ ବ୍ୟୁରୋ : ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାମର ସମୀକ୍ଷା କରିଛନ୍ତି ଗଜପତି । ଗୁଣ୍ଡିଚା ପରଦିନ ଠାରୁ ବାକିଥିବା ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଛି । ନୀଳାଦ୍ରି ବିଜେ ପୂର୍ବୁରୁ ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି । ଏହା ମଧ୍ୟରେ ୯୦ ଭାଗ କାମ ସରିଛି । ୧୪ଟି ବିମରୁ ୧୨ଟି ପରିବର୍ତ୍ତନ ହୋଇ ନୂଆ ବିମ ଲାଗିଛି । ଆଉ ଦୁଇଟି ବିମ ଆଜି ସନ୍ଧ୍ୟା ସୁଦ୍ଧା ଲଗାଇବାକୁ ଲକ୍ଷ୍ୟ ରଖିଛି ଏଏସ୍‌ଆଇ । କେବଳ ଫିନିସିଂ ବାକି ରହିଛି । ୮୦ରୁ ଅଧିକ ଲୋକ ରତ୍ନଭଣ୍ଡାର ମରାମତି କରୁଛନ୍ତି ।

Advertisment

ଆଜି ଶ୍ରୀମନ୍ଦିରରେ ପହଞ୍ଚି କାର୍ଯ୍ୟର ସମୀକ୍ଷା କରିଥିଲେ ଗଜପତି ମହାରାଜ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକ । ଆସନ୍ତା ୬ ତାରିଖ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରତ୍ନତତ୍ୱ ବିଭାଗ ହସ୍ତାନ୍ତର ପାଇଁ ଲକ୍ଷ୍ୟ ରଖିଛି ।